27.1 C
Bhubaneswar
Sunday, January 23, 2022
Homeଅପରାଧଚନ୍ଦକା ଜଙ୍ଗଲରୁ ଧରାହେଲା ପ୍ରଭାକର : ୪କୋଟିରୁ ଊର୍ଦ୍ଧ୍ୱ ଠକେଇ

ଚନ୍ଦକା ଜଙ୍ଗଲରୁ ଧରାହେଲା ପ୍ରଭାକର : ୪କୋଟିରୁ ଊର୍ଦ୍ଧ୍ୱ ଠକେଇ

ଭୁବନେଶ୍ୱର : ଟଙ୍କା ଡ଼ବଲ କରାଇଦେବାର ପ୍ରତିଶ୍ରୁତି ଦେଇ ୫୦ରୁ ଅଧିକ ଜମାକାରୀଙ୍କ ଠାରୁ ୪କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମନ୍‌ଚଶ୍ୱେର ଥାନା ପୁଲିସ ଚନ୍ଦକା ଜଙ୍ଗଲରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଚନ୍ଦକା ଅନ୍‌ଚଳରେ ରହୁଥିବା ପ୍ରଭାକର ଜେନା । ତାଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରାଯାଉଛି । ତେଣୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ପ୍ରଭାକର ଏକ ଫାଇନାନ୍ସ ସଂସ୍ଥାରେ ଚାକିରୀ କରିଥିବା ଲୋକଙ୍କୁ କହି ବୁଲୁଥିଲା । ଆପଣମାନେ କାହିଁକି ବ୍ୟାଙ୍କରେ କିମ୍ବା ପୋଷ୍ଟ ଅଫିିସରେ ଟଙ୍କା ବିନିଯୋଗ କରୁଛନ୍ତି ।

ସେଥିରେ ବିନିଯୋଗ କଲେ ଆପଣଙ୍କୁ ୧୧ବର୍ଷରେ ଡବଲ ଅର୍ଥ ମିଳିବ । ମୋ ସଂସ୍ଥାରେ ଟଙ୍କା ବିନିଯୋଗ କରନ୍ତୁ । ମୁଁ ଆପଣଙ୍କୁ ଦୁଇବର୍ଷରେ ଦୁଇଗୁଣ କରି ଦେବି । ୧୦ଲକ୍ଷ ଟଙ୍କା ଦେଲେ ଦୁଇ ବର୍ଷରେ ଡବଲ ସହ ଆପଣଙ୍କୁ ଏକ ଗିଫ୍ଟ ମଧ୍ୟ ଦିଆଯିବ କହି ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲେ । ଏମିତିକି ସ୍ଥାନୀୟ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କ ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ କହୁଥିଲେ । ୨୦୧୯ ମସିହାରୁ କାହାଠାରୁ ଲକ୍ଷେ ତ ଆଉ କାହାଠାରୁ ୫ଲକ୍ଷ । ଏହିଭଳି ୪ କୋଟିରୁ ଅଧିକ ଟଙ୍କା ଉଠାଇଥିଲା ପ୍ରଭାକର । ପ୍ରାୟ ୫୦ରୁ ଅଧିକ ଲୋକଙ୍କଠାରୁ ଟଙ୍କା ନେବା ପରେ ଦୁଇ ବର୍ଷରେ ଡବଲ ତ ଦୂରର କଥା ଆଉ ଧରାଛୁଆଁ ଦେଇନଥିଲା। ଏନେଇ ଲୋକମାନେ ତାକୁ ଫୋନ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ବନ୍ଦ ରହିଥିଲା ।

ଶେଷରେ ମନ୍‌ଚଶ୍ୱେର ଥାନା ଅନ୍ତର୍ଗତ ସତ୍ୟବିହାରରେ ରହୁଥିବା ସୌମ୍ୟଜିତ ନାୟକ ଗତ ସପ୍ତାହରେ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ସପ୍ତାହେ ହେବ ଉଦ୍ୟମ କରୁଥିଲା । ପୁଲିସ ଆସିବା ଖବରପାଇବା ମାତ୍ରକେ ସେ ଜଙ୍ଗଲରେ ଆଡ଼େ ପଳାଉଥିଲେ । ଶୁକ୍ରବାର ସକାଳେ ଅଭିଯୁକ୍ତ ଚନ୍ଦକା ଜଙ୍ଗଲରୁ ଲୁଚିଥିବା ପୁଲିସ ଖବର ପାଇଥିଲା । ଏନେଇ ଏକ ପୁଲିସ ଟିମ୍ ଚନ୍ଦକା ଜଙ୍ଗଲରେ ଚଢ଼ାଉ କରି ପ୍ରଭାକରକୁ ମାଡ଼ିବସିଥିଲେ । ତେବେ ପ୍ରଭାକରଙ୍କ ଗିରଫ ପରେ ଅଭିଯୋଗ ସଂଖ୍ୟା ବଢ଼ିବ ବୋଲି ଜଣାପଡ଼ିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking