30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକଂଗ୍ରେସ ର ଚିନ୍ତନ ଶିବିର, ଗୋଟିଏ ପରିବାରର ଗୋଟିଏ ଟିକେଟ

କଂଗ୍ରେସ ର ଚିନ୍ତନ ଶିବିର, ଗୋଟିଏ ପରିବାରର ଗୋଟିଏ ଟିକେଟ

ଉଦୟପୁର: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର। ଦଳର ସାଂଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ ନେଇ କିଛି ପ୍ରସ୍ତାବ ଉପରେ ବାଜିବ ମୋହର । ରାଜନୀତି, ସଂଗଠନ, ଅର୍ଥନୀତି, ସାମାଜିକ କଲ୍ୟାଣ, ଯୁବ ଓ କୃଷି ଭଳି ୬ଟି ଦିଗ ନେଇ ଏଥିରେ ଚର୍ଚ୍ଚା ହେବ ।   ନିର୍ବାଚନ ଓ ଦଳୀୟ ପଦ ପାଇଁ ବୟସ ସୀମା ନେଇ ଚର୍ଚ୍ଚା ହୋଇପାରେ। ସେହିପରି ଫେରିପାରେ ଗୋଟିଏ ପରିବାରରୁ ଗୋଟିଏ ଟିକେଟ ନିୟମ। କଂଗ୍ରେସ ପାଇଁ କାମ କରିନଥିଲେ ଦଳୀୟ ନେତା ନିଜ ପରିବାର କିମ୍ବା ସଂପର୍କୀୟଙ୍କୁ ଟିକେଟ୍ ଦେବେ ନାହିଁ । ଏହାକୁ ନେଇ ଦଳରେ ସହମତି ଥିବା ବରିଷ୍ଠ ନେତା ଅଜୟ ମାକେନ କହିଛନ୍ତି।ତେବେ ଏହି ନିୟମରେ ଗାନ୍ଧୀ ପରିବାରକୁ ଛାଡ଼ ମିଳିପାରେ । ଦଳ ପାଇଁ ସର୍ବନିମ୍ନ ୫ବର୍ଷ କାମ କରିଥିବା ଜରୁରୀ। ସେହିପରି କ୍ରମାଗତ ଭାବେ କୌଣସି ପଦରେ ଥିବା ନେତା ୩ବର୍ଷର ବିରତି ନେବେ । ୨୦୨୪ ସାଧାରଣ ନିର୍ବାଚନ ରଣନୀତି ନେଇ ନବ ସଂକଳ୍ପ ଚିନ୍ତନ ଶିବିରରେ ଆଲୋଚନା ହେବ । ଆଜି ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ବୋଧନ କରିବେ । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବା ପାଇଁ ଦାବି ହେଉଛି । ଚିନ୍ତନ ଶିବିରରେ ୪୦୦ରୁ ଅଧିକ ବଡ଼ ନେତା ସାମିଲ ହୋଇଛନ୍ତି । ଶେଷ ଦିନରେ ଦଳୀୟ ନେତାଙ୍କୁ ସମ୍ବୋଧନ କରିପାରନ୍ତି ରାହୁଲ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking