26.1 C
Bhubaneswar
Wednesday, May 25, 2022
Homeଅପରାଧକାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ବନ୍ଧାହେଲେ ୫ ଅଭିଯୁକ୍ତ

କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ବନ୍ଧାହେଲେ ୫ ଅଭିଯୁକ୍ତ

ରାଞ୍ଚି: ଝାଡଖଣ୍ଡର ରାଞ୍ଚିରେ ଲଜ୍ଜା । କାରରେ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଗୁରୁବାର ରାତିରେ ଯୁବତୀ ଜଣଙ୍କ ଘରକୁ ଫେରୁଥିବା ବେଳେ ଏକ କାରରେ କିଛି ଯୁବକ ତାଙ୍କୁ କାରରେ ବସିବାକୁ ବାଧ୍ୟ କରିଥିଲେ । ଏହାପରେ କିଛିବାଟ ନେବା ପରେ ଏକ ରେସ୍ତୋରାଁ ବାହାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ରାଞ୍ଚିର ରାଟୁ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏହି ଘଟିଥିବା ପୋଲିସ ତରଫରୁ କୁହାଯାଇଛି । ସୂଚନା ଅନୁଯାୟୀ ରାଞ୍ଚିର ରାଟୁ ପୋଲିସ ଷ୍ଟେସନ ଅଞ୍ଚଳରେ ପୀଡିତା ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏହି ସମୟରେ ପୋଲିସ ଉକ୍ତ ସ୍ଥାନରେ ପାଟ୍ରୋଲିଂ କରୁଥିଲା । କାରଟିକୁ ଦେଖି ଯାଞ୍ଚ କରିବା ପରେ ଯୁବତୀଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଗିରଫ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking