29.1 C
Bhubaneswar
Saturday, April 27, 2024
Homeଓଡିଶା*ସୁର୍ବଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ : କଂଗ୍ରେସ

*ସୁର୍ବଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ : କଂଗ୍ରେସ

ଭୁବନେଶ୍ୱର : ଏଆଇସିସି ଦ୍ୱାରା ନିଯୁକ୍ତି ପ୍ରତିନିଧି ଦଳର ସଭ୍ୟ ଶ୍ରୀ ଜୟଦେବ ଜେନା ପୂର୍ବତନ ପିସିସି ସଭାପତି ଶ୍ରୀ ତାରାପ୍ରସାଦ ବାହିନୀପତି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ଲାବିତ ଅଂଚଳ ପରିଦର୍ଶନରେ ଯାଇ ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲିଆପାଳ ଅଂଚଳର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କଲାପରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ଅବିଳମ୍ବେ ସରକାର କାର୍ଯ୍ୟକାରୀ ନକଲେ କଂଗ୍ରେସ ଦଳ ଶକ୍ତିଶାଳୀ ଜନଆନ୍ଦୋଳନ ଗଢ଼ି ତୋଳିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଅନୁସନ୍ଧାନକାରୀ ଦଳ ସହିତ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ, ଜଳେଶ୍ୱରର ବିଧାୟକ ତଥା କଂଗ୍ରେସର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ, ଭୋଗରାଇର ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ବାଲେଶ୍ୱର ସଦରର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ତଥା କଂଗ୍ରେସ ନେତା ସଞ୍ଜିବ ଗିରୀ, ହରମୋହନ ଦାସ ପ୍ରମୁଖ ବାଲେଶ୍ୱର ଜିଲ୍ଲାର ବନ୍ୟାପ୍ଲାବିତ ଅଂଚଳଗୁଡ଼ିକୁ ଗ୍ରସ୍ତ କରିଥିଲେ । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଅଂଚଳ ଦେଖିବା ପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ରାଜଘାଟ, ଆମ୍ବଳିଅଠା, ନାମ୍ପୋ, ଇକିଡ଼ା ଇତ୍ୟାଦି ସ୍ଥାନରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହିତ ଜଳବୁଡ଼ି ସମସ୍ୟାର ଦୃଶ୍ୟ ନିଜ ଆଖିରେ ଦେଖିଲେ । ସେହିପରି ଭୋଗରାଇ ଅଂଚଳ ଗ୍ରସ୍ତକରି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଦେଖିବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରଙ୍କର ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ତୁରନ୍ତ ଏ ଯୋଜନାକୁ କାର୍ଯ୍ୟକାରୀ କରିବା, ଚାଷୀମାନଙ୍କୁ ବନ୍ୟାର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦେବା, ବନ୍ୟା ପ୍ରଭାବିତ ସମସ୍ତଲୋକଙ୍କୁ ୫୦କିଲୋ ଚାଉଲ ଏବଂ ୫୦୦ ଲେଖାଏଁ ଟଙ୍କା ଇତ୍ୟାଦି ଦେବାପାଇଁ ଦୃଢ଼ ଦାବୀ ଉପସ୍ଥାପିତ କରିଥିଲେ ।
ଉତର ବାଲେଶ୍ୱରର ଏକ ପ୍ରମୁଖ ସମସ୍ୟା ହେଉଛି ସୁବର୍ଣ୍ଣରେଖାର ବନ୍ୟା । ପଶ୍ଚିମବଙ୍ଗର ପୂର୍ବମେଦିନପୁର ଅଂଚଳର ଉବୃତ ବର୍ଷାଜଳ ଭୋଗରାଇ ଓ ଜଳେଶ୍ୱର ଅଂଚଳରେ କୃତିମ ବନ୍ୟା ସୃଷ୍ଟିକରିଥାଏ । ବର୍ଷରେ ଚାରିମାସ ଧରି ଅନେକ ଗାଁର ଲୋକମାନେ ଜଳବନ୍ଦୀ ହୋଇ ରହନ୍ତି ଏବଂ ସେମାନଙ୍କର ଚାଷବାସ ଉଜୁଡ଼ିଯାଏ । ବନ୍ୟା ସମୟରେ ଅନେକ ଧନଜୀବନ ନଷ୍ଟ ହୁଏ ଏପରିକି ନିକଟ ଅତିତରେ ଅନେକ ଗାଁ ଗୁଡ଼ିକ ନଦୀ ଗର୍ଭରେ ଲୀନ ହେବାର ନଜିର ମଧ୍ୟ ରହିଛି । ବାଲିପାଳ, ଭୋଗରାଇ, ଜଳେଶ୍ୱର ଏବଂ ବସ୍ତା ଅଂଚଳରେ ନଦୀ ଭିଷଣ ଭାବରେ କୂଳ ଖାଉଥିବା ବେଳେ ତାର ପ୍ରତିକାର କରିବା କ୍ଷେତ୍ରରେ ସରକାର ବ୍ୟର୍ଥ ହୋଇଛନ୍ତି । ନଦୀବନ୍ଧ, ପଥରପେକିଂ,ସ୍ପର ନିର୍ମାଣ ଇତ୍ୟାଦି ଅନେକ ଦିନ ଧରି ନହେବା ଫଳରେ ନଦୀରେ ସାମାନ୍ୟ ବନ୍ୟା ଆସିଲେ ଲୋକେ ହନ୍ତସନ୍ତ ହେଉଛନ୍ତି । ଜଳ ନିଷ୍କାସନର ପଥ ଗୁଡ଼ିକୁ ପରିସ୍କାର ଏବଂ ଖୋଳିବା ସହିତ ସୁବର୍ଣ୍ଣରେଖ ସଂସ୍କାର ଯୋଜନା ଏ ସମସ୍ୟାର ଏକମାତ୍ର ସମାଧାନ । ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ବିଧାନସଭା ଭିତରେ ଏବଂ ବାହାରେ ଏହାର ତୀବ୍ର ପ୍ରତିବାଦ ହେବ ବୋଲି ଶ୍ରୀ ତାରାପ୍ରସାଦ ବାହିନୀପତି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିବେ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking