28.9 C
Bhubaneswar
Wednesday, April 17, 2024
Homeଓଡିଶାଓଡ଼ିଶାରେ ପ୍ରବସୀ ଓଡ଼ିଆ ମନ୍ତ୍ରଣାଳୟ ଗଠନ ପାଇଁ ଅସୀମ ଓଡ଼ିଶାର ପ୍ରସ୍ତାବ

ଓଡ଼ିଶାରେ ପ୍ରବସୀ ଓଡ଼ିଆ ମନ୍ତ୍ରଣାଳୟ ଗଠନ ପାଇଁ ଅସୀମ ଓଡ଼ିଶାର ପ୍ରସ୍ତାବ

ବେଙ୍ଗାଲୁର /ଚେନ୍ନାଇ /ନୂଆଦିଲ୍ଲୀ /ଭୁବନେଶ୍ୱର  : ଓଡିଶା ସରକାର ପ୍ରବାସୀ ଓଡ଼ିଆ ମନ୍ତ୍ରଣାଳୟ ଗଠନ କରିବାକୁ ଅସୀମ ଓଡିଶା ତରଫରୁ ପ୍ରସ୍ତାବ ଦିଆଯାଇଛି | ଆଜି ଓଡିଶା ଉଇଦାଊଟ ବର୍ଡ଼ର (ଓ. ଡବ୍ଲୁ .ବି). /ଅସୀମ ଓଡିଶା ତରଫରୁ ଆୟୋଜିତ ଏକ ଆନ୍ତର୍ଜାତିକ ୱେବିନାର ରେ ସ୍ୱାଗତ ଭାଷଣ ପ୍ରଦାନ କରି ଓ. ଡବ୍ଲୁ .ବି.ର ସଭାପତି କ୍ଷୀରୋଦ କୁମାର ଜେନା ପ୍ରସ୍ତାବିତ ଏହି ମନ୍ତ୍ରଣାଳୟ ଦ୍ୱାରା ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟା ସମାଧାନ ସହିତ ସାରା ବିଶ୍ୱରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର ସ୍ୱାର୍ଥ ସୁରକ୍ଷା ଦିଗରେ ଆବଶ୍ୟକୀୟ ଧ୍ୟାନ ଦିଆଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ | ରାଜ୍ୟ ସରକାର ଅସୀମ ଓଡ଼ିଶାର ଏହି ପ୍ରସ୍ତାବକୁ ଗମ୍ଭିରତାର ସହ ବିଚାର କରିବାକୁ ଶ୍ରୀ ଜେନା ନିବେଦନ କରିଥିଲେ |
“ଓଡ଼ିଆ ପ୍ରବାସୀ ଶ୍ରମିକ : ଆହ୍ୱାନକୁ ସୁଯୋଗରେ ପରିଣତ କରିବା ନେଇ ଓଡ଼ିଶାର ଦିଗଦର୍ଶନ” ଶୀର୍ଷକ ଏହି ଅନଲାଇନ ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତା ଭାବରେ ଯୋଗଦେଇ ରାଜ୍ୟସଭା ସାଂସଦ ଆମର ପଟନାୟକ ମହାମାରୀ ଭଳି ମହାପୀପତ୍ତି ସତ୍ୱେ ପୃଥିବୀ ଭରି ଶ୍ରମିକ ମାନଙ୍କର ଉପାଦେୟତା ଓ ପାରିଦର୍ଶିତାକୁ ହୃଦୟଙ୍ଗମ କରାଯାଉଥିବା ଖୁସିର ବିଷୟ ବୋଲି ଦର୍ଶାଇଥିଲେ | ବିଶେଷ କରି ଓଡିଶା ସରକାର ପ୍ରବାସୀ ଶ୍ରମିକ ମାନଙ୍କର କଲ୍ୟାଣ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଥିବା ଶ୍ରୀ ପଟନାୟକ ସୁଚାଇଥିଲେ | ଅନ୍ୟତମ ସଂମ୍ମାନନୀୟ ବକ୍ତା ସାଂସଦ ସୁଜିତ କୁମାର ଓଡ଼ିଶାର କୁଶଳୀ ଓ ଅନଭିଜ୍ଞ ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ମଧ୍ୟରେ ସେମାନଙ୍କର ପ୍ରତିଭା ଓ ପ୍ରଜ୍ଞାର ସଠିକ ବିନିଯୋଗ କରଣ ତଥା ଗୁଣାତ୍ମକ ନିଯୁକ୍ତି କରଣ ପାଇଁ ନବୀନ ସରକାର ଭରପୁର ସୁଯୋଗ ମହଜୁଦ କରିଥିବା ଦର୍ଶାଇଥିଲେ |
ୱେବିନାର ରେ ଉଦବୋଧନ ଦେଇ ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନିହାର ରଞ୍ଜନ ସାମନ୍ତରା , ସାରା ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଏକଜୁଟ କରିବାରେ ଅସୀମ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ | ୱେବ ସମାବେଶକୁ ସମ୍ବୋଧନ କରି ଓ. ଡବ୍ଲୁ. ବି. ର ମୁଖ୍ୟ ସଂଯୋଜକ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ , କରୋନା ମହାମାରୀ ଭଳି ସଙ୍କଟକୁ ଅସୀମ ଓଡିଶା ବରଦାନରେ ପରିଣତ କରି ପ୍ରବାସୀ ଶ୍ରମିକ ମାନଙ୍କର କଲ୍ୟାଣ କଳ୍ପେ ଜାରି ରଖିଥିବା ପ୍ରୟାସ ପ୍ରଶଂସନୀୟ ବୋଲି ଉଲେଖ କରିଥିଲେ | ଆଲୋଚନାରେ ଅଂଶ ଗ୍ରହଣ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ରବି ପାଣି , ସଂଗ୍ରାମ ଧର , ରମାକାନ୍ତ ମହାପାତ୍ର , ଡ଼ି.ସିଂହଦେଓ ଓ ସଂଜୀବ ପଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ | ସାକ୍ଷାତକାର ଭିତିକ ଏହି ଭରଚୁଆଲ ସଭାକୁ ପ୍ରଣବ ପାଣି ସୁ ସଂଚାଳନ କରିଥିଲେ | ଅସୀମ ଓଡ଼ିଶାର ସମ୍ପାଦକ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking