43 C
Bhubaneswar
Tuesday, April 16, 2024
Homeଓଡିଶାଋାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ବ୍ଲକରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ହେବ ଆନ୍ଦୋଳନ...

ଋାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ବ୍ଲକରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ହେବ ଆନ୍ଦୋଳନ : ଭୃଗୁ ବକ୍ସିପାତ୍ର

  • ଭୁବନେଶ୍ୱର, : ଗତ କାଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ ବିଜେପିର ରାଜ୍ୟ
    କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା କାର୍ଯ୍ୟକାରିଣୀକୁ ଉଦ୍‌ବୋଧନ
    ଦେଇଥିଲେ । ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ
    ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ,
    ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ୍ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ ଏବଂ ରାଜ୍ୟ
    କାର୍ଯ୍ୟକାରିଣୀ ସଦସ୍ୟମାନେ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରିଥିଲେ । କାର୍ଯ୍ୟକାରିଣୀରେ ରାଜ୍ୟର ବିଭିନ୍ନ ସମସ୍ୟା
    ପ୍ରସଙ୍ଗରେ ଆଲୋଚନା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ୍
    ପ୍ରସ୍ତାବ ଆଗତ କରାଯାଇଛି । ଏଥି ସହ ଆଗାମୀ ୩ ମାସ ପାଇଁ ପାର୍ଟୀର ବିଭିନ୍ନ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଗତ କାଲି
    ରାଜ୍ୟକାର୍ଯ୍ୟକାରିଣୀରେ ବିରୋଧୀ ଦଳ ଉପନେତା ବିଧାୟକ ଶ୍ରୀ ବିଷ୍ନୁ ସେଠୀ ଆଗତ କରିଥିବା ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ବିସ୍‌ୃତ
    ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ବ୍ଲକରୁ ଆରମ୍ବ କରି ଜିଲ୍ଲା ପର୍ଯ୍ୟନ୍ତ ଆନ୍ଦୋଳନ ହେବାର ନିଷ୍ପତି
    ନିଆଯାଇଛି । କୋଭିଡ୍ ଗାଇଡଲାଇନକୁ ସଂପୂର୍ଣ୍ଣ ରୂପେ ପାଳନ କରାଯାଇ ଆନ୍ଦୋଳନ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର
    ସୁଚନା ଦେଇ କହିଛନ୍ତି ।
    କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ, ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ମନରେଗା ଯୋଜନାରେ
    ଅନିୟମିତତା, ପ୍ରମାଣ ସହ ଦାବୀ ପତ୍ର ପ୍ରଦାନ ସହ ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ପହଂଚିବାର କାର୍ଯ୍ୟକ୍ରମ ଅନୁଷ୍ଠିତ
    ହେବ । ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ
    ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ । ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ
    ସରକାରଙ୍କ କୋଭିଡ ପରିଚାଳନାଗତ ତୃଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବୀପତ୍ର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
    ଦୁର୍ନୀତି ଓ ଅନିୟମିତତାକୁ ନେଇ ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଦାବୀପତ୍ର ପ୍ରଦାନ କରାଯିବ । ଅକ୍ଟୋବର ୧୬ରୁ ୨୦
    ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରମାଣ ସହ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।
    ଏହି ସମୟରେ ପିଡିଏସ ସ୍କିମ ଜରିଆରେ ଆସିଥିବା ଚାଉଳ ଓ ଡାଲିର ବଂଟନ ଅନିୟମିତତା ନେଇ ବ୍ଲକ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ
    କରାଯିବ । ଜଳବନ୍ଦୀ ଚାଷ ଅଂଚଳ ଓ ସାର ତଥା କୃଷକ ସମସ୍ୟା ନେଇ ଆନ୍ଦୋଳନ କରାଯିବ । ସେହିପରି କାଂପା ଫଣ୍ଡ୍‌, ଡିଏମ୍‌ଏଫ୍ ଫଣ୍ଡ୍‌,
    ଓ.ଏମ୍‌.ବି.ଏ.ଆର୍‌.ଡି.ସି., ଚତୁର୍ଦ୍ଦଶ ଅର୍ଥ କମିଶନର ଅର୍ଥ ପ୍ରସଙ୍ଗରେ ଆନ୍ଦୋଳନ କରାଯିବାର ନିଷ୍ପତି ଗ୍ରହଣ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର
    ସୁଚନା ଦେଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking