29.1 C
Bhubaneswar
Saturday, April 27, 2024
Homeଓଡିଶା*ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ* 

*ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ* 

ଭୁବନେଶ୍ୱର-  ରାଜ୍ୟ ମାନଙ୍କର ବିକାଶରେ କେନ୍ଦ୍ରରେ ବିକାଶ ହୁଏ । ଦୃଢ଼ୋକ୍ତି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କ ପ୍ରତି ଅବିଚାର କରିଚାଲିଛନ୍ତି । ରାଜ୍ୟମାନଙ୍କୁ ଦିଆଯାଉଥିବା କେନ୍ଦ୍ରୀୟ ସହାୟତା ରାଶି ୨୦୧୪-୧୫ ଠାରୁ ଧାରାବାହିକ ଭାବରେ କମିକମି ଚାଲିଛି ବୋଲି ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଶେଶ୍ୱର ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ବେହେରା କ୍ଷୋଭ ପ୍ରକାଶକରି କହିଛନ୍ତି ରାଜ୍ୟ ବିଜେଡ଼ି କେନ୍ଦ୍ର ବିଜେପିର ଅବହେଳାକୁ ନୀରବରେ ସହି ଚାଲିଛି ।

ତାଙ୍କ ଅଭିଯୋଗର ଯଥାର୍ଥତା ପ୍ରତିପାଦନ କରି ସେ ନିମ୍ନମତେ କେତେକ ତଥା ଉପସ୍ଥାପନ କରିଛନ୍ତି । ଏହି ତଥ୍ୟ ଅନୁସାରେ ଉପାସରକାର ଅମଳରେ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଅର୍ଥକମିଶନ କରିଥିବା ସୁପାରିଶ ଠାରୁ ନିୟମିତ ଭାବେ ଅଧିôକ ଅର୍ଥ ହସ୍ତାନ୍ତର କରାଯାଉଥିଲା । ମୋଦି ସରକାର ଆସିବା ଠାରୁ ୨୦୧୪-୧୫ ମସିହାରୁ ଏହାର ବିପରୀତ ଗତି ଆରମ୍ଭ ହେଲା । ମୋଦି ସରକାରଙ୍କ ପ୍ରଥମ ୬ ବର୍ଷରେ (୨୦୧୪-୨୦୨୦) ରାଜ୍ୟମାନଙ୍କର ମିଳିଥିବା କେନ୍ଦ୍ରୀୟ ରାଶି ଅର୍ଥକମିଶନଙ୍କ ସୁପାରିଶ ତୁଳନାରେ ୩୭ ପ୍ରତିଶତ ହ୍ରାସ ପାଇଲା ।

ମୋଦୀ ସରକାର ସେସ୍ ଓ ସରଚାର୍ଯ ପରିମାଣ ବୃଦ୍ଧିକରି ରାଜ୍ୟମାନଙ୍କୁ ତାଙ୍କ ପ୍ରାପ୍ୟରୁ ବଂଚିତ କଲେ । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ସେସ୍ ଓ ସରଚାର୍ଯ ବାବଦରେ ୭ବର୍ଷ ଭିତରେ ଆଦାୟ କରିଥିବା ଆୟ ସମୁଦାୟ ରାଜସ୍ୱ ଆୟର ୭.୫ % ଅଧିକ ବୃଦ୍ଧି କରିଛନ୍ତି ।

ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ପେଟ୍ରୋଲ ଉପରୁ ଲିଟରପ୍ରତି ଆଦାୟ କରୁଥିବା ଟ ୩୨.୯୦ପ. ଟିକସରୁ ଟ. ୨୦.୫୦ ପଇସା ସେସ୍ ଓ ସରଚାର୍ଯ ବାବଦରେ ନିଜସ୍ୱ ଆୟ ଆଦାୟ କରୁଛନ୍ତି ମାତ୍ର ଟ. ୧୨.୪୦ ପଇସା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବଂଟନ କରୁଛନ୍ତି । ସେହିପରି ଭାବରେ ଡିଜେଲ ଉପରେ ଲିଟର ପିଛା ଟ. ୩୧.୮୦ପ ଟିକସ ଆଦାୟ କରୁଥିବା ସ୍ଥଳେ ମାତ୍ର  ଟ. ୯.୮୦ ପଇସାରୁ ରାଜ୍ୟ ମାନଙ୍କୁ ଭାଗ ଦେଉଛନ୍ତି ।  ଫଳତଃ ରାଜ୍ୟମାନେ କ୍ଷତି ସହୁଛନ୍ତି ।

ପଂଚଦଶ ଅର୍ଥକମିଶନ ସୁପାରିଶକୁ ମଧ୍ୟ କେନ୍ଦ୍ର ଉପେକ୍ଷା କରୁଛି । ସୁପାରିଶ ସମୟର ପ୍ରଥମ ବର୍ଷ ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ବଜେଟ ଆକଳନରେ ରାଜ୍ୟମାନଙ୍କୁ ହସ୍ତାନ୍ତର ପାଣ୍ଠିକୁୁ ମାତ୍ର ୩୦ପ୍ରତିଶତରେ ସୀମିତ ରଖାଯାଇଛି । ଯାହା ଅର୍ଥକମିଶନଙ୍କ ସୁପାରିଶ ଠାରୁ ୧୧% କମ । ପରିଣାମ ସ୍ୱରୂପ କ୍ଷତି ସହୁଛନ୍ତି ରାଜ୍ୟମାନେ ।  କ୍ଷତିସହୁଛି ଓଡ଼ିଶା ।

ଡ. ରଘୁରାମ ରାଜନ କମିଟିର ସୁପାରିଶକୁ ଉପାସରକାର ନୀତିଗତ ଭାବରେ କାର୍ଯ୍ୟକରିବାକୁ ନିଷ୍ପତି କରିଥିଲେ ହେଁ ମୋଦି ସରକାର ଏହାକୁ ଗ୍ରହଣ କଲେ ନାହିଁ । ଏହି ସୁପାରିଶ କାର୍ଯ୍ୟକାରୀ ହୋଇଥିଲେ ଓଡ଼ିଶା ପ୍ରକୃତଭାବେ ଉପକୃତ ପାଇଥାନ୍ତା । କାରଣ  ଓଡ଼ିଶା କମିଟିର ନର୍ଣ୍ଣୟ ଅନୁସାରେ ୧୧ଟି ନ୍ୟୁନତମ ବିକଶିତ ରାଜ୍ୟତାଲିକାରେ ଶୀର୍ଷରେ ଥିଲା । ଏହା ଓଡ଼ିଶାର ଅନ୍ନଗ୍ରସରତା ପ୍ରତି କେନ୍ଦ୍ରର ଉପହାସ ନୁହେଁ ତ ଆଉ କ’ଣ?

ଖଣି ରୟାଲଟି ସଂଶୋଧନ ନିମିତ କେନ୍ଦ୍ର ସରକାର ଅମଙ୍ଗ ହେତୁ ଓଡ଼ିଶାକୁ କ୍ଷତି ସହିବାକୁ ପଡ଼ୁଛି । ଶେଷଥର ପାଇଁ ଉପାସରକାର ଅମଳରେ ୨୦୧୦ ମସିହା ଜୁଲାଇରେ ଖଣି ରୟାଲଟି ସଂଶୋଧନ କରାଯାଇଥିଲା । ମୋଦି ସରକାର ଆସିବାର ୭ବର୍ଷ ପୁରିଯାଇଥିଲେ ମଧ୍ୟ ରାଜ୍ୟର ଏହି ଯଥାର୍ଥ ଦାବିଟିକୁ ବିଚାର କରାଯାଇ ନାହିଁ । ଚଳିତ ମାସ ୧୯ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ  ପାର୍ଲାମେଂଟରେ ଉତର ରଖି ଏହା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ମନାକରିଦେଇଛନ୍ତି । ମାନ୍ୟବର ମନ୍ତ୍ରୀ ଏପରି ଉକ୍ତି ବାଢ଼ିଲାବେଳେ ସାରକାରିଆ କମିଶନ  ଓ ଏକାଦଶ ଅର୍ଥ କମିଶନଙ୍କ ପ୍ରତ୍ୟେକ ତିନିବର୍ଷରେ ଖଣି ରୟାଲଟି ସଂଶୋଧନ ସୁପାରିଶକୁ ସଂପୂର୍ଣ୍ଣ ପାସୋରି ଦେଇଛନ୍ତି । ଏହାଠାରୁ ବଳିି ବଡ଼ ଅବିଚାର ଓଡ଼ିଶା ପାଇଁ କ’ଣ ହୋଇପାରେ ବୋଲି ଶ୍ରୀ ବେହେରା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଏସମସ୍ତ ଧାରାବାହିକ ଅବହେଳା ବିରୁଦ୍ଧରେ ବିଜେଡ଼ି ପାଟି ଫିଟାଉ ନାହିଁ । କେବଳ ଲୋକଦେଖାଣିଆ ଭାବେ ପଦୁଟିଏ କହି ତୁନି ପଡ଼ୁଛି । ଏହା ପ୍ରମାଣ କରେଯେ ବିଜେଡ଼ି ଓ ବିଜେପି ମଧ୍ୟରେ କୌଣସି ପ୍ରାର୍ଥକ୍ୟ ନାହିଁ । ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏମାନଙ୍କୁ ଅବଲୋକନ କଲେ ଲୁଇସ କ୍ୟାରଲଙ୍କ କାଳଜୟୀ ଉପନ୍ୟାସ “ଥ୍ରୁ ଦି ଲୁକିଙ୍ଗ ଗ୍ଲାସ” (ଞଷକ୍ସକ୍ଟଙ୍କଶଷ ଗ୍ଧଷର ଖକ୍ଟକ୍ଟଳସଦ୍ଭଶ ଏକ୍ଷବଗ୍ଦଗ୍ଦ) ର ଦୁଇ ରହସ୍ୟମୟ ଚରିତ୍ର ଟୁଇଡିଲ୍‌ଡି ଓ ଟୁଇଡିଲଡମ୍ ପରି ଲାଗୁଛନ୍ତି ବୋଲି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର  ବ୍ୟଙ୍ଗୋକ୍ତି କରିଛନ୍ତି ।

ସୁତରାଂ, ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ଓ ରାଜ୍ୟ ସୁରକ୍ଷାରେ ସଂପୂର୍ଣ୍ଣ ବିଫଳ । ଓଡ଼ିଶା ବାସୀ ଯଥାସମୟରେ ଏହାର ଉଚିତ୍ ଜବାବ ଦେବେଳେ ବୋଲି ଶ୍ରୀ ବେହେରା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ମନୋରଞ୍ଜନ ଦାଶ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking