28.1 C
Bhubaneswar
Friday, March 29, 2024
Homeଓଡିଶା*ଓଡ଼ିଶା କଂଗ୍ରେସର ପୂର୍ବତନ ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ପିସିସିର ସ୍ମୃତିସଭା- ଶୋକ ଜଣାଇଲେ ରାହୁଲ...

*ଓଡ଼ିଶା କଂଗ୍ରେସର ପୂର୍ବତନ ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ପିସିସିର ସ୍ମୃତିସଭା- ଶୋକ ଜଣାଇଲେ ରାହୁଲ ଗାନ୍ଧୀ*

ଭୁବନେଶ୍ୱର – ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି, ଜନନେତା ତଥା ବଲାଙ୍ଗିରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋରେ ଆଜି କଂଗ୍ରେସ ଭବନରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ, ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କୁ ଜଣେ ସରଳ, ନିରାଡମ୍ବର, ଅମାୟିକ ତଥା ପରୋପକାରି ସମାଜସେବୀ ଭାବେ ଓଡ଼ିଶାବାସୀଙ୍କ ପାଖରେ ଆଦୃତ ହୋଇଥିବା ପ୍ରକାଶ କରିଥିଲେ । ସେ ଜଣେ ଦକ୍ଷ ରାଜନେତା ଭାବେ ବଲାଙ୍ଗିର ଭଳି ଅନୁନ୍ନତ ଜିଲ୍ଳାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇ ଅନେକ ଉନ୍ନୟନ କାର୍ଯ୍ୟରେ ନିଜର ପରାକାଷ୍ଠା ପ୍ରତିପାଦିତ କରିଥିଲେ । ପ୍ରାକନ୍ତ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଏବଂ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ ବଲାଙ୍ଗିରକୁ ସାଂସଦ ଭାବେ ସେ ଲୋକସଭାକୁ ପ୍ରତିନିଦ୍ଧିତ୍ୱ କରିଥିଲେ ।  ଛାତ୍ର ତଥା ଯୁବାବସ୍ଥାରୁ ଜନସେବା ପ୍ରତି ବ୍ରତି ହୋଇ ସେ କଂଗ୍ରେସର ନେତୃବର୍ଗଙ୍କ ନିକଟତର ହୋଇପାରିଥିଲେ । ପରବର୍ତି ଅବସ୍ଥାରେ ତାଙ୍କର ବଳିଷ୍ଠ ନେତୃତ୍ୱ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ତାଙ୍କୁ ୧୯୮୩ ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ମିଶ୍ର ୧୯୮୦ ରୁ ୧୯୮୯ ପର୍ଯ୍ୟନ୍ତ ଲୋକସଭାରେ ସାଂସଦ ଥିଲେ । ତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୁରଣୀୟ କ୍ଷତି ବୋଲି ରାଜ୍ୟ କଂଗ୍ରେସ ପ୍ରକାଶ କରିଛି । ଏହି ଅବସରରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ  ସମବେଦନା ଜ୍ଞାପନ କରିଛନ୍ତି ।

ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗ ଖବର ପାଇ ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଆଜି ତାଙ୍କ ସୁପୁତ୍ର ବିଭୁଦତ ମିଶ୍ରଙ୍କ ସହ ଫୋନ ଯୋଗେ କଥା ହେବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡା. ଏ ଚେଲା କୁମାର ସ୍ୱର୍ଗତ ମିଶ୍ରଙ୍କ ପରିବାର ସହ ମଧ୍ୟ କଥା ହୋଇ ନିଜର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ମିଶ୍ରଙ୍କର ଲମ୍ବା ରାଜନୈତିକ ଜୀବନ ଏବଂ ଓଡ଼ିଶାର ଜନସାଧାରଣଙ୍କ ନିରବଚ୍ଛିନ ସେବା ପାଇଁ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି ।

କଂଗ୍ରେସ ଭବନରେ ଆଜି ସକାଳ ୧୦ ଘଟିକା ସମୟରେ ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ମରଶରୀର ପଂହଚିବା ପରେ ଦଳ ତରଫରୁ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମରଶରୀର ଉପରେ କଂଗ୍ରେସ ପତାକା ଏବଂ ପୁଷ୍ପଗୁଛ ଦେଇ ଶେଷ ସମ୍ମାନ ଜଣାଇଥିଲେ । ଶୋକସଭା ଏବଂ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ହଳଧର ସେଠୀ, ପଦ୍ମାକର ଗୁରୁ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଦେବେନ୍ଦ୍ର ପ୍ରସାଦ ସାହୁ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ଏମଡି ଶାହାଦୁଲ୍ଲା, ଜୟକୃଷ୍ଣ ସୁବୁଦ୍ଧି, ନଳିନୀ କାନ୍ତ ନାୟକ, ସଂଜିବ ମହାନ୍ତି, ସୌମେନ୍ଦ୍ର ମହାନ୍ତି, ଅଜିତ ଜେନା, କୁସୁମ ପ୍ରଧାନ, ଲିଙ୍ଗରାଜ ସାହୁ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ସଂକୁନା କହଁର, ଆତ୍ମାରାମ ପତି, ସାଗର ପରିଡ଼ା, ପ୍ରଶନ୍ନ ପାଇକରାୟ, କୁନା ମୁୁଦୁଲି ପ୍ରମୁଖ ମରଶରୀରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ଶୋକ ସଭାରେ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking