33.1 C
Bhubaneswar
Sunday, May 5, 2024
Homeକୃଷି*ଚାଷୀ ଓ ଚାଷକୁ ନେଇ ବି.ଜେ.ଡ଼ି- ଭାଜପା ଖେଳ ବନ୍ଦ କରନ୍ତୁ*

*ଚାଷୀ ଓ ଚାଷକୁ ନେଇ ବି.ଜେ.ଡ଼ି- ଭାଜପା ଖେଳ ବନ୍ଦ କରନ୍ତୁ*

ଭୁବନେଶ୍ୱର – ମିଥ୍ୟା, ପ୍ରବଂଚନା ଓ ଠକାମୀର ଶୀକାର ହୋଇ ଚାଲିଛନ୍ତି ଓଡ଼ିଶାର କୋଟି କୋଟି ଚାଷୀ ପରିବାର । ବର୍ତମାନ ଚାଷୀକୁଳ ସାର ପାଇଁ ଡ଼ହଳ ବିକଳ ହେଉଥିବାବେଳେ ସାର ଅନେକ ଯାଗାରେ କଳାବଜାରରେ ବିକ୍ରୀ ହେଉଛି । ବାଧ୍ୟ ହୋଇ ଚାଷୀ କିଣୁଛନ୍ତି । ଠିକ୍ ଏପରି ଏକ ଦୁଃସ୍ଥିତି ସମୟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକେୟା ସାର ପାଇଁ କେନ୍ଦ୍ର ପାଖରେ ନିବେଦନ ପତ୍ର ଦାଖଲ କରିଛନ୍ତି । ଅପରପକ୍ଷରେ କେନ୍ଦ୍ରରେ ଥିବା ଭାଜପା ସରକାର, ରାଜ୍ୟ ସରକାର ଅଯଥା ଅଭାବୀ ସୃଷ୍ଟି କରୁଛନ୍ତି, ଏବେବି ସାର ମଜବୁଦ ଅଛି ବୋଲି କହୁଛନ୍ତି । କାହିଁକି ଏ ଖେଳ? ଉଭୟ ବିଜେଡ଼ି ଓ ବିଜେପି ସରକାର ଖେଳୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ।

ସେ କହିଛନ୍ତି ଆଉ ସବୁବେଳେ ତ କୋଳାକୋଳି । ଚାଷୀ ବିରୋଧି ବିଲ୍ ସବୁକୁ ସମର୍ଥନ । ଆମ ରାଜ୍ୟର ଚାଷୀ ସାର ବ୍ୟବହାରରେ ଏବେବି ପଛୁଆ । ହେକ୍ଟର ପିଛା ବାର୍ଷିକ ହାରାହାରି ୧୦୦ କିଲୋଗ୍ରାମ ମଧ୍ୟ ସାର ବ୍ୟବହାର ହୁଏ ନାହିଁ । ପଡୋଶୀ ରାଜ୍ୟ ପଶ୍ଚିମ ବଂଗରେ ହେକ୍ଟର ପିଛା ୧୨୨ କିଲୋଗ୍ରାମ, ଆନ୍ଧ୍ର, ତେଲେଙ୍ଗାନାରେ ୧୩୮ କିଲୋ, ଛତିଶଗଡ଼ରେ ୧୦୦ କିଲୋ ଥିବାବେଳେ ଓଡ଼ିଶାର ୯୮ କିଲୋଗ୍ରାମ ବ୍ୟବହାର ହୋଇଥାଏ । ଓଡ଼ିଶା କେବଳ ଖରିଫ ଫସଲ ପାଇଁ ପୁରା ରାଜ୍ୟର ଆବଶ୍ୟକତା ସରକାରୀ ଆକଳନ ଅନୁସାରେ

ଏପର୍ଯ୍ୟନ୍ତ ମିଳିଛି

ୟୁରିଆ-୨,୧୦,୦୦୦ ଟନ ୧ଲକ୍ଷ ୪୫,୧୪୫ ମେ.ଟ

ଡ଼ି.ଏ.ପି – ୧,୪୫,୦୦୦ ଟନ ୯୭, ୭୬୩ ମେ.ଟ

ଏନ୍‌.ଟି.ପି – ୬୦ ହଜାର ଟନ ୪୨, ୮୬୭ ମେ.ଟ

ଏନ୍‌.ପି.କେ – ୧,୪୨ ହଜାର ଟନ ୧,୦୫,୭୯୮ ମେଟ୍ରିକ୍ ଟନ୍‌

ଓଡ଼ିଶାରେ ୫,୫୦୦୦୦ ଟନ ଆବଶ୍ୟକ ଥିବାବେଳେ ଛତିଶ୍‌ଗଡ଼ ୬ଲକ୍ଷ ୬୫ ହଜାର ଟନ ବ୍ୟବହାର କରିଛି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖିଥିବା ଚିଠିରେ ଗୋଟିଏ ବିଚିତ୍ର କଥା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି ବକେୟା ସାର ବ୍ୟାକ୍‌ଲଗ୍ ଭରଣା କରିବାକୁ ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କ\’ଣ ଜାଣନ୍ତି ନାହିଁଚାଷୀର ଭାଷା –

ଚାଷ ତର ତର ବଣିକ ମଠ

ଚାଷୀ କ\’ଣ ଅପେକ୍ଷା କରି ବସିଛି? ଚାଷୀ ବା ଚାଷ କ୍ଷତିର ଶୀକାର ହୋଇ ସାରିଲେଣି । ବକେୟା ସାର ମିଳିଲେ ଚାଷୀର କ୍ଷତି କ\’ଣ ଭରଣା ହେବ?

ଚିଠି ଲେଖିବାବେଳେ କେହି ଅଫିସର ଆପେଣକୁ ଏ ବିଷୟରେ ସୁଚାଇ ନ ଥିଲେ – ମୁଖ୍ୟମନ୍ତ୍ରି ମହୋଦୟ!

ଓଡ଼ିଶାରେ ୧୯୫୫ ମସିହାରେ କଂଗ୍ରେସ ସରକାର ସମୟରେ ସବୁ ସାର କାରଖାନା ଓଡ଼ିଶାର ବସିଛି – ତାଳଚେର ସାର କାରଖାନା, ରାଉରକେଲା ସାର କାରଖାନା, ପି.ପି.ଏଲ, ଅସୱାଲ ଯାହାକି ଏକ ଭଲ ସାର ଉତ୍ପାଦନକାରୀ କାରଖାନା (ୠରକ୍ସଗ୍ଧସକ୍ଷସଚ୍ଛରକ୍ସ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ କ୍ଟଲ ଓଦ୍ଭୟସବ) ଭାବେ ଚାଲିଛି । ନବୀନବାବୁ ୨୨ ବର୍ଷର ଶାସନ କାଳରେ ସାର ଉଦ୍‌ପାଦନ କେନ୍ଦ୍ରଟିଏ ବସାଇ ନାହାନ୍ତି । କେବଳ ଯାହା ଖଣି ଖାଦାନ ଲୁଟ କରି ଦଳୀୟ ପାଣ୍ଠି ସଂଗ୍ରହ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେଉଁଥି ପାଇଁ ରାଜ୍ୟରେ ଚାଷୀର ଏହି ଦୁର୍ଦ୍ଦଶା ଘଟୁଛି ।

୨୦୧୯ ପୂର୍ବରୁ ପ୍ରଚାର କରାଗଲା ତାଳଚେର ଠାରେ ଗୋଟିଏ ସାରକାରଖାନା ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ମୋଦି ୨୦୧୮ ସେପ୍ଟେମ୍ବର ମାସରେ ଶୁଭ ଦେଲେ କହିଲେ ୩୬ ମାସ ଭିତରେ ଶେଷ ହେବ ।  ଏବେ ସେହି ସମୟ ପୂରଲା କୁଆଡ଼େ ଗଲା ସେ କାରଖାନା ମିଥ୍ୟା ପ୍ରତଶୃତି ଦେଇଥିବା ବାହାଦୁରୀମାନେ ଉତର ରଖନ୍ତୁ ବୋଲି ଶ୍ରୀ କାନୁନଗୋ କହିଛନ୍ତି । ଏହାର ୪% କାମବି ହେଲାନି ବରଂ ୧୯୫୫ ମସିହାରେ କଂଗ୍ରେସ ସରକାର ସମୟରେ ରାଉଳକେଲା ଠାରେ ସାରକାରଖାନା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶାର କୋଇଲା, ଲୁହାପଥର ଲୁଟ ହୋଇପନିଛି । ଅଥଚ ଓଡ଼ିଶାର ଚାଷୀ ପାଇଁ ସାରାକାରଖାନା ଟିଏ ବସାଗଲା ନାହିଁ ।

ତାଳଚେର ବନ୍ଦ । ଏହି କାରଖାନା  କୋର, ଗ୍ୟାସିଫିକେସନ ବଦ୍ଭୟ ଟକ୍ସରବ ଜ୍ଞବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ କ୍ଟ୍ରକ୍ଷବଦ୍ଭଗ୍ଧ ଦଶବର୍ଷର ବି ହେବ ନାହିଁ । ନାଇଟ୍ରୋଜେନ ବ୍ୟବହାର କରି ଆମୋନିଆ ସାର ଉତ୍ପାଦନ ପାଇଁ ରାଉରକେଲା କାରଖାନା କୁ ଶାଗ ମାଛ ଦରରେ ଏକ ଘରୋଇ କମ୍ପାନୀ ଦୀପକ ଫଟିଲାରଜର ଆଣ୍ଡ ପେଟ୍ରୋ କୋମିକାଲସ୍‌କୁ ବିକ୍ରି କରି କେନ୍ଦ୍ର ଓ ରାଜ୍ୟ ସରକାର ହାତ ଚିକ୍‌କଣ କରିବାର ଉଦ୍ୟମ କରି ନାହାନ୍ତି କି?

କାହିଁକି କ’ଣ ପାଇଁ ,  ଏ ରାଜ୍ୟର  ଚାଷୀଙ୍କ ଚାଷକୁ ନେଇ ବିଜେଡ଼ି ଓ ବିଜେପି ସରକାର ଖେଳ ଖେଳି ଚାଲିଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁଗୋ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଆଜିର ଏହି ଅବସ୍ଥା ପାଇଁ ଦାୟୀ ବୋଲି କଂଗ୍ରେସ ଦାବି କରିଛି । ତୁରନ୍ତ କେନ୍ଦ୍ର ରାଜ୍ୟର ସମସ୍ତ ଆବଶ୍ୟକ ସାର ପୂରଣ କରୁ ନଚେତ କଂଗ୍ରେସ ଚାଷୀଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବ । ରାଜ୍ୟ ସରକାର ସବୁ ବ୍ଲକ ଅଫିସ ଆଗରେ ମହଜୁତ ସାରର ପରିମାଣ ଦାମ ସହ ପ୍ରତିଦିନର ଦେଣନେଣ ତାଲିକା ଟାଙ୍ଗିବାକୁ କଂଗ୍ରେସ ଦାବି କରିଛି ।  ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସେବାଦଳର ମୁଖ୍ୟ ସଂଗଠକ ତଥା ପିସିସି ମୁଖାପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ, ମୁଖପାତ୍ର ମନୋରଞ୍ଜନ ଦାଶ  ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking