33.1 C
Bhubaneswar
Sunday, May 5, 2024
Homeଅପରାଧକମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ଜବତ ହେଲା ବନ୍ଧୁକ ଓ ଗୁଳି

କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ଜବତ ହେଲା ବନ୍ଧୁକ ଓ ଗୁଳି

କଟକ:ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର । ଚୋରା ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସ ଚଳାଇଥିଲା ସ୍ପେଶାଲ ଡ୍ରାଇଭ । ଏହି ସ୍ପେଶାଲ ଡ୍ରାଇଭବେଳେ ୧୧ ବନ୍ଧୁକ ଓ ୫୧ଟି ଗୁଳି ଜବତ କରାଯାଇଛି । ଏହା ସହ ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଏକ ପ୍ରେସ ମିଟ୍‌ରେ ସୂଚନା ଦେଇ କମିଶନର ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହି କାରବାରର ମାଷ୍ଟର ମାଇଣ୍ଡ ତାଳଚେରର ଟୁକୁନା ସ୍ୱାଇଁ । ଠାରୁ ତଥ୍ୟ ମିଳିବା ପରେ ପୋଲିସ ଏହି ଚଢାଉ କରିଥିଲା । ଟୁକୁନାକୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ୪ ଅପରାଧୀଙ୍କ ବାବଦରେ ଟେର ପାଇ ସେମାନଙ୍କୁ ଗିରଫ କରିଛି । ଟୁକୁନା ନାଁ ରେ ଅନୁଗୁଳ ଓ ଜଗତ୍‌ସିଂହପୁରରେ ୧୮ଟି କେସ ରହିଛି । ଅନ୍ୟଜଣେ ଅଭିଯୁକ୍ତ ସନ୍ତୋଷ ରାଉତ ନାମରେ କଟକ ଓ ଭୁବନେଶ୍ୱରରେ ରହିଛି ୫ଟି କେସ୍ । ସେହିପରି ଜ୍ୟୋତିରଞ୍ଜନ ବାରିକ ନାଁରେ କଟକରେ ୫ କେସ ଓ ପ୍ରଶାନ୍ତ ରାଉତ ନାମରେ ୯ଟି କେସ ରହିଛି । କମିଶନରେଟ ପୋଲିସ ଗିରଫ ୪ ଅପରାଧୀଙ୍କ ଠାରୁ ୪ଟି ବନ୍ଧୁକ ଓ ମାରଣାସ୍ତ୍ର ଜବତ ଜବତ କରିଛି । ଟୁକୁନା ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଯୋଗାଉଥିଲା । ଗତ ୩ ମାସ ଭିତରେ ୪୩ଟି ଚୋରା ବନ୍ଧୁକ ଓ ୨୨୫ ମାରଣାସ୍ତ୍ର ଜବତ କଲାଣି ପୋଲିସ । କଟକ ଡିସିପିଙ୍କ ନେତୃତ୍ୱରେ ଏହି ବଡ଼ ସଫଳତା ମିଳିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

କ୍ରାଇମକୁ ରୋକିବାକୁ ହେଲେ ଏଥିରେ ବ୍ୟବହୃତ ହେଉଥିବା ଚୋରା ମାରଣାସ୍ତ୍ର କାରବାର ରୋକିବା ଦରକାର । ସେଥିପାଇଁ ପୋଲିସ ଏହି କାରବାର ରୋକିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ପୋଲିସକୁ ଏଥିରେ ସଫଳତା ପାଇଛି । କଟକ ଡିସିପି ପ୍ରତୀକ ସିଂହଙ୍କ ତତ୍ୱାବଧାନରେ ଏହି ଅଭିଯାନ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking