28.1 C
Bhubaneswar
Saturday, April 27, 2024
HomeUncategorizedଜାଣନ୍ତୁ ଖ୍ରୀଷ୍ଟମାସ ବିଷୟରେ କିଛି ରୋମାଞ୍ଚକର ତଥ୍ୟ

ଜାଣନ୍ତୁ ଖ୍ରୀଷ୍ଟମାସ ବିଷୟରେ କିଛି ରୋମାଞ୍ଚକର ତଥ୍ୟ

ଭୁବନେଶ୍ୱର(ଓଏନଏ) : ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ ଖ୍ରୀଷ୍ଟମାସ ଭାବେ ବିଶ୍ୱର ଅନେକ ସ୍ଥାନରେ ଅତି ଧୁମଧାମରେ ପାଳନ କରାଯାଏ । ତେବେ ଖ୍ରୀଷ୍ଟମାସକୁ ଭଗବାନ ଯୀଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ । ଖ୍ରୀଷ୍ଟ ଧର୍ମର ଲୋକମାନଙ୍କର ଏହା ସବୁଠୁ ବଡ ପର୍ବ ରୂପେ ବିବେଚିତ । ଏହାକୁ ବଡଦିନ ବୋଲି ମଧ୍ୟ କୁହାଯାଇଥାଏ । କିଛି ଦେଶରେ ଖ୍ରୀଷ୍ଟମାସକୁ ସେଣ୍ଟ ଷ୍ଟିଫେନ୍ସ ଡେ ବୋଲି ମଧ୍ୟ କୁହାଯାଏ । ଏହା ଏପରି ଏକ ପର୍ବ ଯାହାକୁ ପୂରା ବିଶ୍ୱର ଲୋକେ ପାଳନ କରିଥାନ୍ତି । ଡିସେମ୍ବର ୨୫ ତାରିଖରୁ ଆରମ୍ଭ କରି ୧୨ ଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟମାସ ଟାଇଡ ଉସ୍ଥବ ପାଳନ କରାଯାଇଥାଏ ।

ଏହି ଉସ୍ଥବରେ ଖ୍ରୀଷ୍ଟ ଧର୍ମର ଲୋକମାନେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ କିଣି ବଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ତିଆରି କରି ବଡ ଜାକଜମକରେ ଏହାକୁ ପାଳନ କରିଥାନ୍ତି । ବଡଦିନରେ ଦୋକାନ ଗୁଡିକର ଆକର୍ଷଣ ବଢିଥାଏ ଏବଂ ଘର ତଥା ଦୋକାନ ଗୁଡିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରା ଯାଇଥାଏ । ବଡଦିନରେ ଚର୍ଚ୍ଚ ଗୁଡିକୁ ସୁନ୍ଦର ଭାବରେ ସଜାଇବା ସହିତ ସ୍ୱତନ୍ତ୍ର ପ୍ରାର୍ଥନା କରା ଯାଇଥାଏ ଏବଂ ଗୃହ ସମ୍ମୁଖରେ ଖ୍ରୀଷ୍ଟମାସ ଟ୍ରୀ ପ୍ରସ୍ତୁତ କରା ଯାଇଥାଏ । ବଡଦିନରେ କେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ କାଟିବା ସହ ପରସ୍ପରକୁ କେକ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି । ସେହିପରି ଖ୍ରୀଷ୍ଟମାସରେ ସାଣ୍ଟା କ୍ଲସର ମଧ୍ୟ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସାଣ୍ଟା କ୍ଲସ ବିନା ବଡଦିନ ଅଧୁରା ଲାଗେ । ଯେଉଁ ବ୍ୟକ୍ତିମାନଙ୍କଠାରେ ପରୋପକାର ଏବଂ ସାହାଯ୍ୟ ମନୋଭାବ ରହିଛି ସେମାନେ ସାଣ୍ଟା କ୍ଲସର ରୂପ ଧାରଣ କରି ବିଭିନ୍ନ ପ୍ରକାର ଉପହାର ବଣ୍ଟନ କରିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking