27.1 C
Bhubaneswar
Thursday, April 25, 2024
HomeUncategorizedଭାରତର କେଉଁ ଦଶଟି ସ୍ଥାନରେ ଖ୍ରୀଷ୍ଟମାସ ଧୁୃମଧାମରେ ପାଳିତ ହୁଏ ଜାଣି ରଖନ୍ତୁ...

ଭାରତର କେଉଁ ଦଶଟି ସ୍ଥାନରେ ଖ୍ରୀଷ୍ଟମାସ ଧୁୃମଧାମରେ ପାଳିତ ହୁଏ ଜାଣି ରଖନ୍ତୁ…

ଭୁବନେଶ୍ୱର(ଓଏନଏ) : ଅନ୍ୟ ଦେଶ ପରି ଡିସେମ୍ବର ୨୫ ତାରିଖକୁ ଭାରତରେ ଖ୍ରୀଷ୍ଟମାସ ଭାବେ ଧୁମଧାମରେ ପାଳନ କରାଯାଏ । ତେବେ ଆସନ୍ତୁ ଜାଣି ରଖିବା ସେହି ଦଶଟି ସ୍ଥାନ ବିଷୟରେ ଯେଉଁଠି ଖ୍ରୀଷ୍ଟମାସ ବେଶ ଧୁମଧାମରେ ପାଳିତ ହୁଏ…
୧. ଗୋଆ: ଗୋଆରେ ଥିବା ବିଚକୁ ରାତିରେ ଅତି ସୁନ୍ଦର ଭାବରେ ଆଲୋକ ମାଳାରେ ସୁସଜ୍ଜିତ କରାଯାଇ ଖ୍ରୀଷ୍ଟମାସ ପାଳନ କରା ଯାଇଥାଏ ।
୨.ଶିଲଂ: ଶିଲଂରେ ବହୁ ପରିମାଣରେ ଚର୍ଚ୍ଚ ରହିଥିବାରୁ ଏହି ଚର୍ଚ୍ଚକୁ ଖୁବ ସୁନ୍ଦର ଭାବେ ସଜାଇ ଖ୍ରୀଷ୍ଟମାସ ଏଠାରେ ପାଳନ କରାଯାଏ ।
୩.ପଣ୍ଡିଚେରୀ: ପଣ୍ଡଚେରୀରେ ବହୁ ପରିମାଣର ସୁନ୍ଦର ଚର୍ଚ୍ଚ ସହିତ ଯୀଶୁଙ୍କ ମୂର୍ତ୍ତି ମଧ୍ୟ ରହିଥିବାରୁ ଏଠାରେ ଲୋକେ ବେଶ ଆନ୍ଦ ମନରେ ଖ୍ରୀଷ୍ଟମାସ ପାଳନ କରିଥାନ୍ତି ।
୪.କେରଳ: କେରଳରେ ବହୁ ପରିମାଣରେ ଖ୍ରୀଷ୍ଟ ଧର୍ମର ଲୋକ ବାସ କରନ୍ତି ଏବଂ ଏଠାରେ ଅସଂଖ୍ୟ ଚର୍ଚ୍ଚ ରହିଛି । ତେଣୁ ଏଠାରେ ଖ୍ରୀଷ୍ଟମାସ ଧୁମଦାମରେ ପାଳନ କରାଯାଏ ।

୫. ମୁମ୍ବାଇ : ମୁମ୍ବାଇର ପାହାଡି ଅଂଚଳରେ କ୍ୟାଥୋଲିକ ସମ୍ପ୍ରଦାୟର ଲୋକମାନେ ପାହଡିଆ ରାସ୍ତାକୁ ଫୁଲ ଓ ଆଲୋକମାଳାରେ ସୁସଜ୍ଜିତ କରି ଖ୍ରୀଷ୍ଟମାସ ପାଳନ କରଥାନ୍ତି ।
୬. କୋଲକାତା : ଏଠାରେ ବହୁ ପରିମାଣର ଖ୍ରୀଷ୍ଟ ଧର୍ମର ଲୋକ ନଥିଲେ ସୁଦ୍ଧାରେ ଚର୍ଚକୁ ସାଜସଜ୍ଜା କରି ବିଭିନ୍ନ ବର୍ଗର ଲୋକ ସପିଂ କରି ଖ୍ରୀଷ୍ଟମାସ ପାଳନ କରଥାନ୍ତି ।
୭.ବାଙ୍ଗାଲୋର: ଏଠାରେ ବହୁ ପରିମାଣର ବ୍ୟୟ ବହୁଳ ଚର୍ଚ୍ଚ ଦେଖିବାକୁ ମିଳେ ଯାହାକି ୟୁରୋପ,ବ୍ରଟିଶ ଓ ଫ୍ରାନ୍ସର ଅଧିବାସୀଙ୍କ ଦ୍ୱାରା ନିର୍ମିତ ଏବଂ ଏଠାରେ ଖୁବ ଧୁମଧାମରେ ଖ୍ରାଷ୍ଟମାସ ପାଳନ କରାଯାଏ ।
୮.ଡାମନ ଡିଉ: ଡାମନଡିଉର ପର୍ତ୍ତୁଗିଜ ମାନଙ୍କ ସହ ବେଶ ଭଲ ସମ୍ପର୍କ ରହିଥିବାରୁ ଏଠାରେ ପର୍ତ୍ତୁଗୀଜ ନାଚ ଓ ଗୀତ ମାଧ୍ୟମରେ ଖ୍ରୀଷ୍ଟମାସ ବେଶ ଜାକଜମକରେ ପାଳିତ ହୁଏ ।
୯. ମନାଲି : ଖ୍ରୀଷ୍ଟମାସ ପାଳନରେ ମନାଲି ସାରା ଦେଶରେ ବେଶ ଜମାଶୁଣା । ଏଠାରେ ସ୍ନୋ ମ୍ୟାନ ଏବଂ ସ୍ନୋ ବଲ ଦକ୍ଷତାର ସହ ତିଆରି କରି ଖ୍ରୀଷ୍ଟମାସ ପାଳନ କରାଯାଏ ।
୧୦.ମିଜୋରାମ :ବହୁ ପରିମାଣରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକ ଏଠାରେ ବେସ କରନ୍ତି । ପରସ୍ପରକୁ ଉପହାର ଦେଇ ବେଶ ଧୁମଧାମରେ ଏଠାରେ ଖ୍ରୀଷ୍ଟମାସ ପାଳନ ହୁଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking