28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଚୀନ୍ ଟିକା ନେଲେ ଭାରତୀୟ ଛାତ୍ର, ଫେରିବାକୁ ମିଳୁନି ଭିସା

ଚୀନ୍ ଟିକା ନେଲେ ଭାରତୀୟ ଛାତ୍ର, ଫେରିବାକୁ ମିଳୁନି ଭିସା

ନୂଆଦିଲ୍ଲୀ : ଚୀନ୍‌ରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ବେଜିଂର ସର୍ତ୍ତ ଅନୁଯାୟୀ ଚୀନ୍ ନିର୍ମିତ ଟିକା ନେବା ସତ୍ତ୍ୱେ ସେମାନଙ୍କୁ ଚୀନ୍‌ର ଭିସା ମିଳୁନାହିଁ । ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଚୀନ୍ ଦୂତାବାସ ପକ୍ଷରୁ କୁହାଯାଇଥିଲା ଯେ ଯେଉଁମାନେ ଚୀନ୍ ନିର୍ମିତ କୋଭିଡ୍ ଟିକା ନେବେ ସେମାନଙ୍କୁ ଭିସା ଦିଆଯିବ । ଚୀନ୍ ସହ ସଂଯୋଗ ନଥିଲେ ମଧ୍ୟ ଏବେ ସେଠାରୁ ଚୀନା ନାଗରିକମାନେ ସିଧାସଳଖ ଭାରତକୁ ଆସୁଛନ୍ତି । ଅଥଚ ଗତ ନଭେମ୍ବର ଠାରୁ ଭାରତୀୟ ନାଗରିକଙ୍କୁ ଚୀନ୍ ଯିବା ପାଇଁ ଅନୁମତି ମିଳୁନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ଗତବର୍ଷ ନଭେମ୍ବରରେ ଚୀନ୍ ଦର୍ଶାଇଥିଲା ଯେ ଭାରତ ଓ ଅନ୍ୟ କେତେକ ଦେଶର ନାଗରିକଙ୍କ ଯାତ୍ରା ପ୍ରତି ଯେଉଁ ବ୍ୟାନ୍ ଲାଗୁ ହୋଇଛି ତାହା ସାମୟିକ । ଚଳିତ ବର୍ଷ ମାର୍ଚ୍ଚରେ ଚୀନ୍ ଦୂତାବାସ ଯେଉଁମାନେ ଚୀନ୍ ଟିକା ନେଇଛନ୍ତି, ସେମାନଙ୍କୁ ଭିସା ପ୍ରଦାନ କରିବ ବୋଲି ବିଜ୍ଞପ୍ତି ଜାରି କରିଥିଲା । ଭାରତର ବହୁ ନାଗରିକ ଚୀନ୍ ଭିସା ପାଇଁ ଆବେଦନ କରିଥିଲେ । କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ ଭିସା ମିଳୁନାହିଁ । ଏଭଳି ସ୍ଥିତିରେ ଚୀନ୍ ଦୂତାବାସ ପକ୍ଷରୁ ସେମାନଙ୍କୁ ଶୀଘ୍ର ଭିସା ପ୍ରଦାନ କରାଯିବା ଆଶା କରାଯାଉଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking