26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଜି-୭ ଶିଖର ବୈଠକ ଆଜି, ବ୍ରିଟେନ୍‌ରେ ପହଞ୍ଚିଲେ ବାଇଡ଼େନ

ଜି-୭ ଶିଖର ବୈଠକ ଆଜି, ବ୍ରିଟେନ୍‌ରେ ପହଞ୍ଚିଲେ ବାଇଡ଼େନ

ଲଣ୍ଡନ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନ ୮ଦିନିଆ ୟୁରୋପ ଗସ୍ତରେ ବାହାରି ବ୍ରିଟେନ୍‌ରେ ପହଞ୍ଚିଛନ୍ତି । ବ୍ରିଟେନ୍‌ର କର୍ଣ୍ଣୱାଲରେ ଜୁନ୍ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଜି-୭(କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଆମେରିକା) ଶିଖର ବୈଠକ ଅନୁଷ୍ଠିତ ହେଉଥିବାରୁ ସେଥିରେ ବାଇଡ଼େନ ଯୋଗଦେବେ । ଜି-୭ର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରୁଥିବା ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରିଛନ୍ତି ।

କିନ୍ତୁ କରୋନା ମହାମାରୀ କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ପ୍ରତ୍ୟକ୍ଷ ଭାବେ ଯୋଗନଦେଇ ଭର୍ଚୁଆଲ ମାଧ୍ୟମରେ ସାମିଲ୍ ହେବେ।
ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ବାଇଡ଼େନଙ୍କ ପ୍ରଥମ ବିଦେଶ ଗସ୍ତ । ଏହି ଅବସରରେ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଗୁରୁବାର ଆଲୋଚନା କରିଛନ୍ତି ।

ସେ ମଧ୍ୟ ବ୍ରିଟେନ୍‌ର ରାଣୀ ଏଲିଜାବେଥ୍‌ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡ଼ିଛି । ଜି-୭ ଶିଖର ବୈଠକ ଆନୁଷ୍ଠାନିକ ଭାବେ ଆରମ୍ଭ ହେବା ପୂର୍ବରୁ କରୋନାର ଉତ୍ପତ୍ତିସ୍ଥଳ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସାନି ତଦନ୍ତ କରାଯିବା ଲାଗି ଏହି ନେତାମାନେ ସମ୍ମିଳନୀରେ ଆହ୍ୱାନ ଦେଇପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking