29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶତାଲିବାନ ସହ ବନ୍ଧୁତା ସ୍ଥାପନ କରିବ ଚୀନ

ତାଲିବାନ ସହ ବନ୍ଧୁତା ସ୍ଥାପନ କରିବ ଚୀନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପରେ ଯେଉଁଠି ଅଧିକାଂଶ ଦେଶ କାବୁଲରେ ନିଜ ଦୂତାବାସକୁ ବନ୍ଦ କରି ନିଜ ନାଗରିକଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି, ଅନ୍ୟପଟେ ଚୀନ ବିଦ୍ରୋହୀ ସଂଗଠନ ସହ ବନ୍ଧୁତା ନେଇ ଘୋଷଣା କରିଛି । ଚୀନ ସୋମବାର କହିଛି ଯେ, ସେ ତାଲିବାନ ସହ ଦୋସ୍ତି କରିବାକୁ ଚାହେଁ । ଗୋଟିଏ ଦିନ ପୂର୍ବରୁ ହିଁ ଇସଲାମିକ କଟରପନ୍ଥୀ ସମୂହ କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି ।

ତେବେ ରାଜଧାନୀ କାବୁଲକୁ ତାଲିବାନ କବଜା କରିବା ପରେ ସେଠାରେ ଭୟଙ୍କର ସ୍ଥିତି ଉପୁଜିଛି । ଆଫଗାନ ଛାଡିବାକୁ ଏୟାରପୋର୍ଟରେ ବିଭିନ୍ନ ଦେଶର ଲୋକଙ୍କ ଭିଡ ଜମିଛି । ଅଧିକାଂଶ କମର୍ସିଆଲ ବିମାନ ବାତିଲ ହୋଇଥିଲେ ବି ଯିବାକୁ ଲୋକଙ୍କ ଉଦ୍ୟମ ଜାରି ରହିଛି । ଆମେରିକୀୟ ବିମାନରେ ଧସେଇ ପଶିବାକୁ ଶହ ଶହ ଲୋକ ଉଦ୍ୟମ କରିଛନ୍ତି । ତେବେ ଧସେଇ ପଶିବାକୁ ଉଦ୍ୟମ ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ନ୍ଖକ୍ସ ଦୂତାବାସ କର୍ମଚାରୀଙ୍କୁ ନେବାକୁ ଆସିଥିଲା ଆମେରିକୀୟ ବିମାନ । ଲୋକଙ୍କୁ ହଟାଇବାକୁ ଏୟାରପୋର୍ଟରେ ଆମେରିକା ସେନା ଫାୟାରିଂ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking