29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମାଲେସିଆରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ମୁହିଉଦ୍ଦୀନ ୟାସୀମ ଦେଲେ ଇସ୍ତଫା

ମାଲେସିଆରେ ଭାଙ୍ଗିଲା ସରକାର, ପ୍ରଧାନମନ୍ତ୍ରୀ ମୁହିଉଦ୍ଦୀନ ୟାସୀମ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଉଦ୍ଦୀନ ୟାସୀମ କ୍ଷମତା ସମ୍ଭାଳିବାର ୧୮ ମାସରୁ କମ ସମୟ ପୂର୍ବରୁ ସୋମବାର ମାଲେସିଆର ନରେଶଙ୍କୁ ଇସ୍ତଫା ଦେଇଛନ୍ତି । ସେ ଦେଶର କ୍ଷମତାରେ ସବୁଠୁ କମ ସମୟ ରହିଥିବା ନେତା ବନିଛନ୍ତି । ମାର୍ଚ୍ଚ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ ବନିଥିଲେ । ଏହାପୂର୍ବରୁ ସେ ସ୍ୱୀକାର କରିଥିଲେ ଯେ, ଶାସନ କରିବା ପାଇଁ ଆବଶ୍ୟକ ବହୁମତ ସମର୍ଥନ ସେ ହାସଲ କରିନାହାନ୍ତି । କରୋନା ମହାମାରୀ ସହ ଲଢୁଥିବା ଦେଶରେ ଏବେ ରାଜନୀତିକ ସଂକଟ ବି ଆସି ଯାଇଛି । ନେତାଙ୍କ ମଧ୍ୟରେ ଶୀର୍ଷ ପଦ ପାଇଁ ଟଣାଓଟରା ବି ଆରମ୍ଭ ହୋଇସାରିଛି ଏବଂ ଉପ ପ୍ରଧାନମନ୍ତ୍ରୀ ଇସମାଇଲ ସାବରୀ ସମର୍ଥନ ଏକତ୍ରିତ କରୁଛନ୍ତି । ମୁହିଉଦ୍ଦୀନ ଏମିତି ସମୟରେ ଇସ୍ତପା ଦେଇଛନ୍ତି, ଯେତେବେଲେ ମହାମାରୀକୁ ଠିକ ଭାବରେ ତୁଲାଇ ନପାରିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଥିଲା । ଦୁନିଆରେ ସବୁଠୁ ଅଧିକ ସଂକ୍ରମଣ ହାର ଦେଶ ଭିତରେ ମାଲେସିଆ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking