29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଚୀନ୍‌ରେ ପ୍ରଥମକରି ମଣିଷକୁ ସଂକ୍ରମିତ ହେଲା ବାର୍ଡ ଫ୍ଲୁ

ଚୀନ୍‌ରେ ପ୍ରଥମକରି ମଣିଷକୁ ସଂକ୍ରମିତ ହେଲା ବାର୍ଡ ଫ୍ଲୁ

ବେଜିଂ : ଚୀନ୍‌ରୁ କରୋନା ଭୂତାଣୁର ଉତ୍ପତ୍ତି ଘଟିଥିବା ନେଇ ଏବେ ବି ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଥିଲାବେଳେ ସେଠାରେ ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମିତ ହେବା ଦେଖାଯାଇଛି । ଚୀନ୍‌ର ଜିଆଙ୍ଗସୁ ପ୍ରଦେଶ ଅନ୍ତର୍ଗତ ଝେନଜିଆଙ୍ଗ ସହରରେ ଜଣେ ୪୧ବର୍ଷୀୟ ବ୍ୟକ୍ତି ବାର୍ଡ ଫ୍ଲୁର ଏଚ୍‌୧୦ଏନ୍‌୩ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ରାଷ୍ଟ୍ରାୟତ୍ତ ସିଜିଟିଏନ୍‌-ଟିଭି ରିପୋର୍ଟ କରିଛି ।  ତେବେ ଅନ୍ୟ କାହାରିକୁ ଏହା ସଂକ୍ରମିତ ହୋଇନାହିଁ । କୁକୁଡ଼ା ଠାରୁ ଏହି ଭୂତାଣୁ ମଣିଷକୁ ସଂକ୍ରମିତ ହୋଇଛି । ଏହା ମହାମାରୀ ରୂପ ନେବାର ସମ୍ଭାବନା କମ୍ ବୋଲି ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିଶନ କହିଛି । ଗତ ଏପ୍ରିଲ ମାସରେ ଚୀନ୍‌ର ସେନୟାଙ୍ଗ ସହରରେ ଇନଫ୍ଲୁଏଞ୍ଜା ଭୂତାଣୁର ଏକ ପ୍ରଜାତି ଏଚ୍‌୫ଏନ୍‌୮ ଜଙ୍ଗଲୀ ଚଢ଼େଇଙ୍କ ଠାରେ ଚିହ୍ନଟ ହୋଇଥିଲା । ତେବେ ଏହା ସେତେ ମାରାତ୍ମକ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking