26.1 C
Bhubaneswar
Wednesday, May 8, 2024
Homeଓଡିଶାକାହାଣୀ ପିଲାବେଳର ...(ସୋସିଆଲ ମିଡ଼ିଆରୁ)

କାହାଣୀ ପିଲାବେଳର …(ସୋସିଆଲ ମିଡ଼ିଆରୁ)

ବାପା ଆଣିଥିବା ବରା?
ମନେ ପଡେ ସେଇ ପିଲା ଦିନ ର ସେ ଛୋଟ ଛୋଟ ଅଭୁଲା ସ୍ମୃତି। ସନ୍ଧ୍ୟା ୬ ଟା ବାଜିଲେ ମୁଁ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଥାଏ । କ୍ରିକେଟ୍ ଖେଳ ସରିଲା ପରେ ଜଲଦି ଜଲଦି ହାତ ଗୋଡ଼ ଧୋଇ ତଳେ ସପ ପକେଇ ଦୁଇ ଭାଈ ଆମେ ବସିଯାଉ ପଢିବାକୁ । ହେଲେ ମନ ତ ଥାଏ ବାପାଙ୍କ ପାଖରେ।ବୋଉ ମୋର ରଡ଼ି ଛାଡୁଥିବ ରୋଷେଇ ଘରୁ କି ବାପା ଆସିବେ, ଚୁପଚାପ୍ ପଢ ବସି। ଭାଈ ମୋର ତାର ପଢୁଥାଏ। ହେଲେ ମୋ ମନ ଯାଇ ଘର ପାଖରେ ଥିବା ରାସ୍ତା ଆଡେ। ସବୁ ସାଇକଲ ବାଲା କୁ ଅନେଇଥାଏ। ସେତେବେଳେ ତ ରାସ୍ତା ରେ ଲାଇଟ ନଥିଲା। ଟ୍ରକ୍ ଲାଇଟ ରେ ଆସୁଥିବା ଲୋକର ଛବି କୁ ଅନୁମାନ କରାଯାଉଥିଲା। ଦୂରରୁ କୋଉ ଲୋକ ଟା ମୋ ବାପାଙ୍କ ଭଳି ସାଇକଲ ଚଳାଉଛି। ଯେତେବେଳେ ନଜର ପଡ଼ିଯାଏ, ମୁଁ ଚୁପ୍ କରି ଆସି ଗଣିତ ବହି ଧରି ବସିଯାଏ। କାରଣ ମୋ ବାପାଙ୍କର ଗଣିତ ଆଉ ସାହିତ୍ୟ ରେ ବହୁତ୍ ଜ୍ଞାନ ଥିଲା। ବାପା ଙ୍କୁ ଖୁସି କରିବା ପାଇଁ ଏମିତି କରିଥାଏ ମୁଁ। ବାପା ଆସିଲା ପରେ ମୁଁ ବାପାଙ୍କ ମୁହଁ କୁ ଅନେଇଦିଏ ଆଜ୍ଞାଧୀନ ପୁଅ ଭଳି।କିନ୍ତୁ ପ୍ରକୃତରେ ମୁଁ ବାପାଙ୍କ ମୁହଁ ରୁ ପଢିବାକୁ ଚେଷ୍ଟା କରେ ବାପା ଖୁସି ଅଛନ୍ତି ନା ଅଫିସ ପ୍ରେସର ରେ ଅଛନ୍ତି। ତାପରେ ମୁଁ ଅପେକ୍ଷା ରେ ଥାଏ ଯେ କେତେବେଳେ ଘର ଭିତରକୁ ଯିବେ।କାହିଁକି ନା ବ୍ୟାଗ୍ ଭିତରେ ଥିବା ସେ ଅମୂଲ୍ୟ ଭେର୍ଶୁଙ୍ଗ ପତ୍ର ରେ ଛଣା ଯାଇଥିବା ବରା ର ବାସ୍ନା ମୋ ଜୀବନ ।  ବାପା ବ୍ୟାଗ୍ ଥୋଇ ଧୋଇ ହେବାକୁ ଗଲେ ମୁଁ ବ୍ୟାଗ୍ ଅଣ୍ଡାଳି ଚାଲେ ଯେ କଣ ଆଣିଛନ୍ତି ବାପା।ଖୋଜି ଚାଲେ ଗୋଟେ ତେଲିଆ କାଗଜ ଠୁଙ୍ଗା। ପାଇଗଲେ ମୁଁ ପାଗଳ ହେଇଯାଏ । ହେଲେ କିଛି ସମୟ ପରେ ମୋ ମନ ମରିଯାଏ । ଏ କଣ,ଜମା ୪ ଟା ବରା ??? ଆମେ ତ ୪ ଜଣ। ଜଣକୁ ଜମା ଗୋଟେ। ଆଉ ବୋଉ ଉପରେ ରାଗେ ଆଉ କହେ ବାପା ବହୁତ୍ କଞ୍ଜୋସ୍।ମୁଁ ଚାକିରୀ କଲେ ଜଣକୁ ୧୦ ଟା ବରା ଆଣିବି। ବୋଉ କହେ କି ” ମୁଁ କଣ ଅଧିକ ଖାଏ,ମୋର ଅଧା ଆଉ ତୋର ଅଧା”। ମୁଁ ଖୁସି ହେଇଯାଏ । ଭାଈ କୁ ତାର ଗୋଟେ,ବୋଉ ର ଅଧା,ଆଉ ମୋର ବରା ମୁଁ ଖାଇଦିଏ ।  ଆଉ ମନେ ମନେ ଭାବେ କି ଭାଈ ବି ମତେ ତ ଭାଗରୁ ଅଧା ଦିଅନ୍ତା।ହେଲେ ସେ ଚୋର ମତେ ଜମା ଦିଏନି।ତାପରେ ବାପାଙ୍କ ଭାଗ ମୁଁ ଧରିକି ବସିଥାଏ।ବାପା ଆସିଲେ ତାଙ୍କ ଭାଗରୁ ଅଧା ଖାଇବାକୁ । ସବୁବେଳ ଭଳି ବାପା କୁହନ୍ତି କି” ମୁଁ ତେଲବାଜି ଖାଏନି, ଦୁଇ ଭାଇ ବାଣ୍ଟି କି ଖା” । ତାପରେ ହୁଏ ମହାଭାରତ।ଆମେ ଟିକେ ଖୁପୂରା ଖୁପୁରି ହେଉ।ବୋଉ ଆସି ଅଧା ଅଧା କରେ। ଭାଈ ତ ଚୁପ୍ ସେ ପଢେ।କିନ୍ତୁ ମୋର ରାଗ ଥାଏ । ମୁଁ ତା ଖାତା ରେ କାଳି ଢ଼ାଳି ଦିଏ। ତାପରେ ମୋ ପେଟ ଶାନ୍ତି ହୁଏ। କିନ୍ତୁ ମୋ ଭାଇ ସେ ରାଗ ମତେ କୋଉ ନା କୋଉ ପଟେ ଶୁଝେଇ ଦିଏ । ମୁଁ ଗଣିତ ରେ ଏତେ ଷ୍ଟ୍ରଙ୍ଗ ଯେ ସବୁବେଳେ ବାପା ମାରନ୍ତି।ମୁଁ ସେତେବେଳେ ଡରିକି ପ୍ୟାଣ୍ଟ୍ କୁ ଓଦା କରିଦିଏ। ସେଇଠି ମୋ ଚୋର ଭାଈ ମୋ ବିରୁଦ୍ଧ ରେ ଖାତା ଖୋଲି ମତେ ଆହୁରି ମାଡ଼ ଖୁଆଏ । ଆଉ ମାଡ଼ ଖାଇଲା ପରେ ମୋର ସବୁ ସାଙ୍ଗ ଆଗରେ ଚିଡାଏ । ମୁଁ ବହୁତ୍ ରାଗରେ କାନ୍ଦେ ।
ଏସବୁ ଦିନ ଭିତରେ ମୁଁ ଆଜି ବହୁତ୍ ବଡ଼ ହେଇ ଯାଇଚି। ମୁଁ ଆଜି ବହୁତ୍ ବଡ଼ ଚାକିରୀ କରିଛି । ୪୦ ନୁହେଁ  ବରା ଦୋକାନ ରୁ ସବୁ ବରା କିଣିବା ର କ୍ଷମତା ଅଛି।ହେଲେ ନାହିଁ ବରା ରେ ସେଇ ବାସ୍ନା। ସେଇ ସାହୁ ଦୋକାନୀ ଆଜି ବି ଅଛି ହେଲେ ନାହିଁ ଆଉ ଅପେକ୍ଷା।ବାପା ବୋଉ ମୋର ବାର୍ଦ୍ଧକ୍ୟ ରେ ପହଞ୍ଚିଲେଣି। ବରା ଆଣିକି ଦେଲେ ଆଜି ବି ବାପା କୁହନ୍ତି” ମୁଁ କଣ ତେଲବାଜୀ ଖାଏ”,ବୋଉ କୁହେ କି “ମୁଁ ଏତେ ଖାଇନି,ଅଳ୍ପ ଦେ”। ଆଖିରୁ ଲୁହ ଝରିଯାଏ। ବାପା ଏତିକି କହି ଗାଆଁ ଭିତରକୁ ନିଜ ଅନୁଭୂତି ବାଣ୍ଟିବାକୁ ଚାଲିଯାଆନ୍ତି ଆଉ ବୋଉ ଦାଣ୍ଡ ରେ ଥାଇ କୁହେ କି “କାହିଁକି ସେ ଗାଁ କୁ ଯାଉଚ ଉପଦେଶ ଦେବାକୁ”। ମୁଁ ବସିଥାଏ ଚେୟାର ଉପରେ। ଛାତିରେ ଅସରାଏ କୋହ । ଭାବେ କି ମୋ ବରା ରେ କଣ୍ ସେଇ ବାସ୍ନା ନାହିଁ?କୁକୁର ଭଳି ଶୁଙ୍ଘିବାକୁ ଚେଷ୍ଟା କରେ। ହେଲେ ମିଳେନି ସେ ବାସ୍ନା। ସାହୁ ବୁଢ଼ା କୁ ଯାଇକି କୁହେ କି “ତୁମେ ଆଉ ସେ ବରା କରୁନ, କାଇଁ ଆଗ ଭଳି ବାସ୍ନା ନାହିଁ”। ବହୁତ୍ ଥର କହିଲା ପରେ ସାହୁ ବୁଢ଼ା ରାଗିକି କହିଲା “ଆରେ ମୂର୍ଖ ଆଗରୁ ଯାହା ଥିଲା ଏବେ ବି ସେୟା ହେଲେ ବରା ର ବାସ୍ନା, ବରା ନେଉଥିବା   ଲୋକ ର ଭଲପାଇବା ଉପରେ ନିର୍ଭର କରେ “। ଶକ୍ତ ଚାପୁଡ଼ା ମାରିଲା ଭଳି ଲାଗିଲା।ଲୁହ ଆସିଗଲା। ଚାକିରୀ ଗର୍ବ ରେ ୪୦ ଟା ବରା ନେଇ ମୁଁ ବହୁତ୍ ବଡ଼ ଭୁଲ୍ କରିଛି।ଘରେ ଆସି ପହଂଚି ସେ ବରା କୁ ପୁଣି ଶୁଙ୍ଘିଲି।ବାପା ପଛ ପଟୁ ଆସି କହିଲେ “କଣ୍ କିରେ ବାସି ବରା କି”,ମୁଁ କହିଲି ନା ବାପା ତୁମେ ଆଣୁଥିବା ସେଇ ୪ ଟା ବରା ର ବାସ୍ନା ଦୁନିଆ ର ସବୁ ଭଲ ବରା ଦୋକାନ ଠୁ ନିଆରା”। ବାପା ଜୋରେ ହସିଲେ।ବୋଉ ବି ମୁରୁକି ହସା ଦେଲା। ମୁଁ ଆଉ ମୋ ପୁଅ କ୍ରିକେଟ୍ ଖେଳିବାକୁ ଗଲୁ ବାହାରକୁ।ପୁଅ କୁ କହିଲି “ଯାଉନୁ ବରା ଖାଇବୁ”,ସେ ବି ସଂଗେସଂଗେ କହିଲ ନାଇ ନାଇ ମୁଁ ଜେଜେ ସଙ୍ଗେ ସାହୁ ଅଜା ଦୋକାନ ରୁ ଖାଇବି,ସେଇଠି ଭଲ ବରା,ତୁମେ କୋଉଠି ଆଣିଛ କେଜାଣି”। ପୁଣି ଆଖିରୁ ଲୁହ ଝରି ଆସିଲା।
ଆଜି ବୁଝିଛି ମୋ ବାପାଙ୍କ ସ୍ୱଳ୍ପ ଦରମା ର ତାଡନା ଭରା ଜୀବନ କୁ। ଆଜି ମୁଁ ଜାଣିଲି ବୋଉ କାହିଁକି କୁହେ କି ସେ ଏତେ ବରା ଖାଇନହିଁ,ବାପା କାହିଁକି କୁହନ୍ତି ତେଲବାଜି ତାଙ୍କୁ ଭଲ ଲାଗେନା ବୋଲି। ବରା ଥିଲା ୪ ଟା,ହେଲେ ଭଲପାଇବା ଥିଲା ବହୁତ୍ ।ବାପାଙ୍କ ସାଇକଲ ରେ ଯେତେ କାମ ଘରେ ହେଉଥିଲା ଦିନକୁ ଏବେ କାର ଥାଇକି ବି ୫୦% କାମ ସରୁନି।ବୋଧେ ଏଇଟା ଖାଲି ମୋ କାହାଣୀ ନୁହେଁ,ସମସ୍ତଙ୍କର କାହାଣୀ। ଆମେ ଆଜିର ଦୁନିଆ ର ସବୁ ଟେକ୍ନୋଲୋଜି ରେ ଆଗୁଆ ହେଲେ ବାପାଙ୍କ ସାଇକଲ ଆଗରେ ପଛୁଆ।
ଏଇଥର ଭାଈ କୁ ଫୋନ ରେ କହିଛି କି ସେ ଆସିଲେ ଦୁଇଜଣ ବାପାଙ୍କୁ ଆଉଥରେ କହିବୁ ବରା ଆଣିବାକୁ ।ଦେଖାଯାଉ ସେ ଦିନ ଆଉ ଫେରୁଛି କି ନାଇ…………….
ଜୀବନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking