40.1 C
Bhubaneswar
Thursday, April 25, 2024
Homeଓଡିଶାପିକଅପ ଭ୍ୟାନ ଧକ୍କାରେ ନାବାଳିକା ମୃତ

ପିକଅପ ଭ୍ୟାନ ଧକ୍କାରେ ନାବାଳିକା ମୃତ

କାମାକ୍ଷାନଗର: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏହି ଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଉଛି । ତେବେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ନାବାଳିକା ପ୍ରାଣ ହରାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, କାମାକ୍ଷାନଗର ସବଡିଭିଜନ ଅନ୍ତର୍ଗତ ପରଜଙ୍ଗ ଥାନାର ଗଡ଼ପଳାଶୁଣି ଠାରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି । ନାବାଳିକାଙ୍କର ବୟସ ୧୫ ବର୍ଷ ବୋଲି ଜଣାଯାଇଛି । ମୃତକ ଗଡପଳାଶୁଣି ଗାଁର ଅଲେଖ ନାୟକଙ୍କ ଝିଅ ଲିଜା । ସେ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।ଏହାପରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତ ଦେହ ରଖି ଟାୟାର ଜାଳି ପରଜଙ୍ଗ-ତେଲକୋଈ ରାସ୍ତା ଅବରୋଧ କରିଛନ୍ତି । ପରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking