39.1 C
Bhubaneswar
Friday, April 26, 2024
Homeଓଡିଶାଗୋରେଖନାଥ ପୀଠରୁ ଦୁଇବର୍ଷର ଶିଶୁକନ୍ୟା ଉଦ୍ଧାର

ଗୋରେଖନାଥ ପୀଠରୁ ଦୁଇବର୍ଷର ଶିଶୁକନ୍ୟା ଉଦ୍ଧାର

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଗୋରେଖନାଥ ପିଠରୁ ଆଜି ଏକ ଦୁଇବର୍ଷର ଶିଶୁକନ୍ୟା ଉଦ୍ଧାର ହୋଇଛି । ସୂଚନାନୁଯାୟୀ ଆଜି ଦିନ ପ୍ରାୟ ୩ଟା ବେଳେ ଶିଶୁକନ୍ୟାଟି ଏକୁଟିଆ ମନ୍ଦିର ବେଢାରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ମନ୍ଦିର ବେଢା ପୋଲିସ ଜିମାରେ ଶିଶୁକନ୍ୟାଟି ଥିବା ବେଳେ ଖବରପାଇ ଜିଲ୍ଲା ଶିଶୁ ସୁରକ୍ଷା କର୍ମକର୍ତ୍ତା ମାନେ ସଂନ୍ଧ୍ୟା ପ୍ରାୟ ସାଢେ ୭ଟା ସୁଦ୍ଧା ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛନ୍ତି । ପାଟି ଖୋଲି କଥା କହି ଶିଖିନଥିବା ନିଷ୍ପାପ ଶିଶୁକନ୍ୟାକୁ ତାର ବାପମାଆ କିମ୍ବା ପରିବାର ଲୋକ ହଜାଇ ଦେଇଛନ୍ତି ନା ଜାଣିଶୁଣି କିଏ ଛାଡିଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ଶିଶୁକନ୍ୟାର ପରିଚୟ ନମିଳିବା ଯୋଗୁଁ ନିଜର ସନ୍ତାନ ସନ୍ତତୀ ନଥିବା କିଛି ଲୋକ ଗୋରେଖନାଥ ପୀଠ ପରିସରରେ ଉକ୍ତ ଶିଶୁକନ୍ୟାକୁ କୋଳେଇ ନେବାପାଇଁ ଆଗ୍ରହପ୍ରକାଶ କରିଥିବା ବେଳେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା ବୋଲି ଜଣାପଡିଛି ।
https://onakhabar.com/2020/01/16/29-labours/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking