28.1 C
Bhubaneswar
Friday, April 26, 2024
Homeଓଡିଶାବିଏମସିରେ ଗୋଟେ ନିୟମ, ବିଡିଏର ଆଉ ଗୋଟେ

ବିଏମସିରେ ଗୋଟେ ନିୟମ, ବିଡିଏର ଆଉ ଗୋଟେ

ଭୁବନେଶ୍ବର : ବିଏମସି ପାର୍କିଂ ଫି ଆଦାୟ ନ କରିବାକୁ ଆଦେଶ ଦେଇଥିବା ବେଳେ ଏବେ ବି ଅନେକ ଜାଗାରେ ପାର୍କିଂ ଫି ଆଦାୟ ହେଉଥିବା ଦେଖିବାକୁ ମିଳିଛି । ତେବେ ବିଏମସି ଓ ବିଡିଏର ମୁଖିଆ ଜଣେ । ବିଏମସି କମିସନର ଭାବେ ପ୍ରେମଚନ୍ଦ୍ର ଚୌଧରୀ ପୂର୍ବାହ୍ନରେ ବିଏମସିରେ ବସୁଥିବା ବେଳେ ଅପରାହ୍ଣରେ ବିଡିଏ ଉପାଧ୍ୟକ୍ଷ ଭାବେ ବିଡିଏ କାର‌୍ୟ୍ୟାଳୟରେ ବସୁଛନ୍ତି । ତଥାପି ଦୁଇଟି ସଂସ୍ଥା ମଧ୍ୟରେ ସମନ୍ବୟ ରହୁନି । ଭୁବନେଶ୍ବରରେ ପାର୍କିଂ ଫି’ ଆଦାୟ ନେଇ ବିଏମସି ଯେଉଁ ନିୟମ କରିଛି ତାକୁ କିନ୍ତୁ ବିଡିଏ ମାନୁନି । ବିଡିଏର କିଛି ଅଧିକାରୀ ଲୋକଙ୍କୁ ଶୋଷଣ କରିବା ପାଇଁ ବିଡିଏ ପାଇଁ ସ୍ବତନ୍ତ୍ର ନିୟମ କରିଛନ୍ତି ।
ବିଏମସିର ନିୟମ ଅନୁଯାୟୀ, ପାର୍କିଂ ଫି’ ଆଦାୟ ହେଉଥିବା ଅଞ୍ଚଳରେ ଦୁଇ ଚକିଆ ଗାଡ଼ି ପାର୍କିଂ କଲେ ୪ଘଣ୍ଟାକୁ ୫ଟଙ୍କା ଏବଂ ଚାରିଚକିଆ ଯାନ ପାର୍କିଂ କଲେ ଦୁଇ ଘଣ୍ଟାକୁ ୨୦ଟଙ୍କା ଅନୁଯାୟୀ ପାର୍କିଂ ଫି ଆଦାୟ ହେଉଛି ।ଫରେଷ୍ଟ ପାର୍କରେ ଭୋର୍ ୫ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଶହ ଶହ ଲୋକଙ୍କ ଭିଡ଼ ଜମିଥାଏ । ଏପରିକି ରାଜଧାନୀର ବହୁ ଭିଭିଆଇପି, ନେତା, ମନ୍ତ୍ରୀ, ପ୍ରଶାସକ ଏଠାକୁ ପ୍ରତିଦିନ ପ୍ରାତଃଭ୍ରମଣ ପାଇଁ ଆସୁଥିବା ବେଳେ ଟେଣ୍ଡର ନେଇଥିବା ସଂସ୍ଥା ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛି । ସମସ୍ତେ ନିୟମ ବିଷୟରେ ଜାଣିକି ବି ଅଯଥାରେ ପାଟିତୁଣ୍ଡ ନ କରିବାକୁ ଚୁପଚାପ୍ ପଳାଉଛନ୍ତି । ଯିଏ ପାଟି ଫିଟାଉଛି ତା’ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଶୁଣିବାକୁ ପଡ଼ୁଛି । ଏନେଇ ବିଡିଏ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking