28.1 C
Bhubaneswar
Sunday, April 28, 2024
Homeଓଡିଶାତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ 

ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ 

ଚିକିଟି : ମଦ ଚଢ଼ଉ ବେଳେ ଚିକିଟି ବ୍ଲକ ସୁରଳ ଗ୍ରାମରେ ତହସିଲଦାର ହରପ୍ରସାଦ ଭୋଇଙ୍କୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଘେରାଉ କରିଛନ୍ତି । ଅବକାରୀ ବିଭାଗର ଏକ ଟିମ ସେକେଣ୍ଡ ଅଫିସର ତପସ୍ୱିନୀ ବରାଳଙ୍କ ନେତୃତ୍ୱରେ ସୁରଳ ଯାଇଥିଲା । ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ବଜାର ଛକର ଦୁଇ ଦୋକାନ ଉପରେ ଚଢ଼ଉ କରିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାକୁ ବିରୋଧ କରି ତହସିଲଦାରଙ୍କ ଗାଡିକୁ ଚାରିପଟୁ ଘେରାଉ କରିଥିଲେ ଗ୍ରାମବାସୀ । ଅବକାରୀ ବିଭାଗ ବିରୁଦ୍ଧରେ ନାରାବାଜି କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଅବକାରୀ ବିଭାଗ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଉକ୍ତ ଦୁଇଟି ଦୋକାନ ଉପରେ ଚଢ଼ଉ କରି ହଇରାଣ କରୁଛନ୍ତି ।

ଅନ୍ୟ ଦୋକାନରେ ବିକ୍ରି ହେଉଥିଲେ ମଧ୍ୟ ତାଙ୍କୁ ଛାଡ଼ି ଦେଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ତହସିଲଦରଙ୍କୁ ଦୁଇ ଘଣ୍ଟା କାଳ ଅଟକ ରଖିଥିଲେ । ଗ୍ରାମର ଯୁବକ ସୋମରଥ ଦାସ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ତହସିଲଦାର ଭୋଇ ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଗୋଳନ୍ଥରା ପୁଲିସ ପହଞ୍ଚିବା ପୂର୍ବରୁ ସ୍ଥିତିରେ ସୁଧାର ଆସିଥିା  ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି । ଘଟଣାସ୍ଥଳରୁ ମଦ ଜବତ ହୋଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking