32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଆଜିଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ପୁରୀ : ଆଜିଠାରୁ ଦୀର୍ଘ ୯ମାସରୁ ଅଧିକ କାଳ ପରେ ସାଧାରଣ ଭକ୍ତଙ୍କ ପାଇଁ ଉନ୍ମକ୍ତ ହେବ ଶ୍ରୀମନ୍ଦିର । ସବୁ ଅଞ୍ଚଳର ଭକ୍ତ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି । କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ଶ୍ରୀମନ୍ଦିର ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଡିସେମ୍ବର ୨୩ତାରିଖରୁ ଖୋଲିଥିଲା । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସେବାୟତ ପରିବାରର ସଦସ୍ୟମାନେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସୁଯୋଗ ପାଇଥିଲେ । ୩୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା ସହରବାସୀଙ୍କ ଦର୍ଶନ । ସହର ବାସିନ୍ଦାମାନଙ୍କ ପାଇଁ ୱାର୍ଡ ୱାରି ଦର୍ଶନର ବ୍ୟବସ୍ଥା ହୋଇଥିଲା । ପ୍ରବଳ ଗହଳିର ସମ୍ଭାବନାକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବା ପରେ ଆଜିଠାରୁ ସବୁବର୍ଗର ଭକ୍ତଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ହେବାକୁ ଯାଉଛି ।

କୋଭିଡ୍ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ । ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ସହରରେ ଯାନବାହନ ଓ ଲୋକ ଚଳାଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁଲିସ ପକ୍ଷରୁ ଗ୍ରହଣ କରାଯାଇଛି ବ୍ୟାପକ ପଦକ୍ଷେପ । ସୁରକ୍ଷା ବ୍ୟବସ୍ଥା ପାଇଁ ୨ଜଣ ଅତିରିକ୍ତ ଏସ୍‌ପି, ୬ଜଣ ଡିଏସପି, ୯ଜଣ ଇନ୍ସପେକ୍ଟର, ୩୫ଜଣ ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ, ୪୦ଜଣ କନଷ୍ଟେବଳ ଓ ୪୦ଜଣ ହୋମଗାର୍ଡଙ୍କ ସହ ୧୮ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି । ବ୍ୟାରିକେଡ୍ ଦେଇ ଭକ୍ତମାନେ ସିଂହଦ୍ୱାର ନିକଟକୁ ଆସିବେ ଓ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଦର୍ଶନ ପରେ ଅନ୍ୟଦ୍ୱାର ଦେଇ ଭକ୍ତମାନଙ୍କ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ଦିନକୁ ୧୫ରୁ ୧୭ହଜାର ଦର୍ଶନାର୍ଥୀଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ମାସରୁ ପୂର୍ବଭଳି ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରକାଶ କରିଛନ୍ତି । ଦୀର୍ଘଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବାକୁ ଯାଉଥିବାରୁ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking