28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ଆକ୍ରାନ୍ତ ୨ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କରୋନା ଆକ୍ରାନ୍ତ ୨ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି କରୋନା ଆକ୍ରାନ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ କଥା ହୋଇଛନ୍ତି । କରୋନା ମହାମାରୀ ରାଜ୍ୟରେ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ସେଥିରୁ ବାଦ ପଡ଼ିନାହାନ୍ତି ରାଜ୍ୟର ବିଧାୟକ । ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏହି ଦୁଇ ବିଧାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଉଦ୍ଭୟଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପଚାରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ରାଜ୍ୟର ୧୯ଜିଲ୍ଲାରୁ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୮୬ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୭୨ଜଣ ସୁସ୍ଥ ହୋଇଛନ୍ତି । ୬୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୪୭୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking