16.1 C
Bhubaneswar
Friday, January 28, 2022
Homeଅପରାଧକ’ଣ ପାଇଁ ଶାଶୂକୁ ହତ୍ୟା କଲା ଜ୍ୱାଇଁ, ପଢନ୍ତୁ ପୁରା ଘଟଣା

କ’ଣ ପାଇଁ ଶାଶୂକୁ ହତ୍ୟା କଲା ଜ୍ୱାଇଁ, ପଢନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଉଚାନା କଲାଂ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜମିବାଡି ପାଇବା ଲୋଭରେ ଜ୍ୱାଇଁ ନିଜ ଶାଶୂର ହତ୍ୟା କରିଦେଇଛି । ୪୮ ବର୍ଷୀୟା ଇନ୍ଦ୍ରୋ ଦେବୀ ଘରେ ଶୋଇଥିବା ସମୟରେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହିସାର ଜିଲ୍ଲାର ସୁଲଚାନୀ ଗାଁରେ ରହୁଥିବା ସନ୍ଦୀପ ପରେ ଫେରାର ହୋଇଯାଇଥିଲା । ହତ୍ୟାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । କମଲ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ସନ୍ଦୀପ ବିରୋଧରେ ମାମଲା ରୁଜୁ କରିଛି । ପୋଲିସକୁ ଦେଇଥିବା ଅଭିଯୋଗ ଅନୁସାରେ,କମଲ ସିଂ କହିଛି ଯେ, ଭାଇ ସେବା ସିଂଙ୍କ ମୃତ୍ୟୁ ହୋଇଯାଇଛି । ଆଉ ଇନ୍ଦ୍ରୋ ଦେବୀଙ୍କ ସହ ହିନ୍ଦୁ ରୀତିନୀତି ଅନୁସାରେ, ତାର ବିବାହ ହୋଇଥିଲା । ସେବା ସିଂଠାରୁ ଜନ୍ମ ହୋଇଥିବା ଇନ୍ଦ୍ରୋ ଦେବୀର ଝିଅ ମଂଜୁର ବିବାହ ସୁଲଚାନୀ ଗାଁର ସନ୍ଦୀପ ସହ ହୋଇଥିଲା । ସେବା ସିଂହ ଜମିବାଡିକୁ ନେଇ ମଂଜୁ ଓ ସନ୍ଦୀପ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । କାରଣ ମକ୍ଟକ୍ସର ନିଜ ନାଁରେ ଥିବା ଅଢେଇ ଏକର ଜମିକୁ ନିଜ ମା ଇନ୍ଦ୍ରୋ ଦେବୀଙ୍କ ନାମରେ କରିଦେଇଥିଲା । ହେଲେ ସନ୍ଦୀପ ଏହି ଜମିକୁ ନିଜ ନାଁରେ କରିବାକୁ ଚାହୁଁଥିଲା । ଏହି କଥାକୁ ନେଇ ଦୁହେଁ ଭଡା ନେଇ ଅଲଗା ରହିଥିଲେ । କମଳ କହିଛି ଯେ, ୯ ଜୁଲାଇରେ ଇନ୍ଦ୍ରୋ ଦେବୀ ଓ ତାର ଝିଅ ରୀନା ଘରେ ଶୋଇଥିଲେ । ରାତି ପ୍ରାୟ ୨ଟାରେ ଇନ୍ଦ୍ରୋ ଚିତ୍କାର କରିବା କମଲ ଶୁଣିଥିବା ପୋଲିସକୁ କହିଛି । ଏହି ଶବ୍ଦ ଶୁଣିବା ପରେ କମଲ ଉଠିପଡିଥିଲା । ସନ୍ଦୀପ ଇନ୍ଦ୍ରୋ ସହ ଝଗଡା କରୁଥିବା କମଲ ଦେଖିଥିଲା । ପରେ ଇନ୍ଦ୍ରୋ ତଳେ ପଡିଯାଇଥିଲା ।  ଇନ୍ଦ୍ରୋ ବେକ ପାଖରୁ ରକ୍ତ ବାହାରୁଥିଲା । ଆଉ ସନ୍ଦିପର ହାତରେ ମାରଣାସ୍ତ୍ର ମଧ୍ୟ ଥିଲା । କମଲ ଝିଅ ରୀନା ସହ ଇନ୍ଦ୍ରୋ ନିକଟରେ ପହଂଚିଲା ବେଳକୁ ସନ୍ଦୀପ ସେଠାରୁ ଫେରାର ହୋଇଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking