29.1 C
Bhubaneswar
Saturday, April 27, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ପୁଣି ହାରିଲା ଚେନ୍ନାଇ

ଆଇପିଏଲ୍‌-୧୫: ପୁଣି ହାରିଲା ଚେନ୍ନାଇ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଗୁରୁବାର ସପ୍ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଡିଫେଣ୍ଡି ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସ ପ୍ରତିପକ୍ଷକୁ ୬ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇ ଚେନ୍ନାଇ ୭ ୱିକେଟ୍ ବିନିମୟରେ ବିଶାଳ ୨୧୦ ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ଏଲ୍‌ଏସ୍‌ଜି ୧୯.୩ ଓଭର୍‌ରେ ୪ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା । ଲକ୍ଷ୍ନୌ ପକ୍ଷରୁ କେଏଲ୍ ରାହୁଲଏ ୪୦, କ୍ୱିଣ୍ଟନ୍ ଡି କକ୍ ୬୦ ଏଭିନ୍ ଲୁଇସ୍ ୫୫ ଏବଂ ଆୟୁଷ ବଡୋନି… ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ଡ୍ୱେନ୍ ପ୍ରିଟୋରିୟସ୍ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଚେନ୍ନାଇ ଓପନର ଋତୁରାଜ ଗାଏକ୍ୱାଡ୍ କ୍ରମାଗତ ବିଫଳ ହୋଇ ମାତ୍ର ୧ ରନ୍ କରିଥିଲେ । କିନ୍ତୁ ଅନ୍ୟତମ ଓପନର ରବିନ୍ ଉଥାପ୍ପା ମାତ୍ର ୨୭ ବଲ୍‌ରେ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନ୍ କରିଥିଲେ । ଏହାଛଡ଼ା ଶିବମ୍ ଦୁବେ ୫ଟି ଚୌକା ଓ ୨ଟି ଛକା ସହ ୪୯ ରନ୍ କରିଥିବା ବେଳେ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳୁଥିବା ମୋଇନ୍ ଅଲୀ ମାତ୍ର ୨୨ଟି ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୨ଟି ଛକା ଜରିଆରେ ୩୫ ରନ୍ କରିଥିଲେ । ଏହାଛଡ଼ା ଅମ୍ବାତି ରାୟୁଡୁ ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୭, ଅଧିନାୟକ ରବୀନ୍ଦ୍ର ଜାଡେଜା ୩ଟି ଚୌକା ସହ ୧୭ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୬ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୧୬ ରନ୍ କରିଥିଲେ । ଏହି ଅବସରରେ ଧୋନି ଟି-୨୦ କ୍ରିକେଟ୍‌ରେ ୭ ହଜାର ରନ୍ ପୂରଣ କରିଥିଲେ । ଏଲ୍‌ଏସ୍‌ଜି ପକ୍ଷରୁ ଅଭେଶ ଖାନ୍‌, ଆଣ୍ଡ୍ର‌୍ୟୁ ଟାଇ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍ କିଙ୍ଗ୍‌ସ-୨୧୦/୭, ୨୦ ଓଭର୍ (ରବିନ୍ ଉଥାପ୍ପା-୫୦, ଶିବମ୍ ଦୁବେ ୪୯, ରବି ବିଷ୍ଣୋଇ-୨୪/୨, ଅଭେଶ ଖାନ୍‌-୩୮/୨), ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ-୨୧୧, ୧୯.୩ ଓଭର୍ (କେଏଲ ରାହୁଲ-୪୦, କ୍ୱିଣ୍ଟନ୍ ଡି କକ୍‌-୬୦, ଏଭିନ୍ ଲୁଇସ୍‌-୫୫, ଡ୍ୱେନ୍ ପ୍ରିଟୋରିୟସ୍‌-୩୧/୨,)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking