29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜେଲ୍ ଦଣ୍ଡାଦେଶ ବିରୋଧରେ ଚୌତାଲାଙ୍କ ପିଟିସନ: ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ଜେଲ୍ ଦଣ୍ଡାଦେଶ ବିରୋଧରେ ଚୌତାଲାଙ୍କ ପିଟିସନ: ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ କୋର୍ଟ ଚଳିତବର୍ଷ ମେ’ ୨୭ରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲଦଣ୍ଡାଦେଶ ସମେତ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିସାରିଛନ୍ତି । ଏହି ଦଣ୍ଡାଦେଶ ପ୍ରତିବାଦରେ ଚୌତାଲା ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଜଷ୍ଟିସ ଯୋଗେଶ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମବାର ମାମଲାର ଶୁଣାଣି କରିଥିବାବେଳେ ରାୟକୁ ସ୍ଥଗିତ ରଖିଛନ୍ତି ।

ଚୌତାଲା ଇତିମଧ୍ୟରେ ୫ ବର୍ଷ ଜେଲଦଣ୍ଡ ଭୋଗିସାରିଥିବାରୁ ତାଙ୍କୁ ଅବିଳମ୍ବେ ଖଲାସ କରିବାକୁ ତାଙ୍କ ଓକିଲ ଏନ୍‌.ହରିହରନ୍ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ଏହି ଆବେଦନକୁ ସିବିଆଇ ଓକିଲ ବିରୋଧ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟରତ ଥିବାବେଳେ ଚୌତାଲା ୧୯୯୩ରୁ ୨୦୦୬ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ୨୦୦୫ରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିବାବେଳେ ଚଳିତବର୍ଷ ମେ’ ୨୭ରେ ସିବିଆଇ କୋର୍ଟ ୪ ବର୍ଷିୟା ଜେଲଦଣ୍ଡ ପ୍ରଦାନ କରିଥିଲେ । ଇତିପୂର୍ବରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଯୋଗୁଁ ଚୌତାଲା ୧୦ ବର୍ଷ ଜେଲଦଣ୍ଡ ଭୋଗିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking