39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୪ ପର୍ଯ୍ୟନ୍ତ ଇଡି ହାଜତରେ ସଞ୍ଜୟ: ଘରୋଇ ଖାଦ୍ୟକୁ ଅନୁମତି

୪ ପର୍ଯ୍ୟନ୍ତ ଇଡି ହାଜତରେ ସଞ୍ଜୟ: ଘରୋଇ ଖାଦ୍ୟକୁ ଅନୁମତି

ନିୟମିତ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ ନିର୍ଦ୍ଦେଶ
ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛି । ସୂଚନାଯୋଗ୍ୟ ମୁମ୍ବାଇସ୍ଥିତ ପାତ୍ର ଚାଲ୍ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ରବିବାର ସଞ୍ଜୟଙ୍କ ବାସଭବନକୁ ୯ ଘଣ୍ଟା ଖାନତଲାସ କରାଯାଇଥିଲା । ଏହାପରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ଜେରା କରାଯାଇ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା । ସୋମବାର ସଞ୍ଜୟଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯାଇ ୮ ଦିନିଆ ରିମାଣ୍ଡରେ ନେବାକୁ ଦାବି କରାଯାଇଥିଲା । ୧୧୨ କୋଟି ଟଙ୍କାର ଏହି ଦୁର୍ନୀତିରେ ସଞ୍ଜୟ ୧ କୋଟି ଟଙ୍କା ଲାଞ୍ଚ ନେଇଥିବାବେଳେ ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି ବୋଲି ଇଡି ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ତେଣୁ ଜେରା ପାଇଁ ୮ ଦିନ ସମୟର ଆବଶ୍ୟକତା ରହିଥିବା ଇଡି ଓକିଲ କୋର୍ଟଙ୍କୁ ଜଣାଇଥିଲେ । ତେବେ ବିଚାରପତି କେବଳ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ଇଡି ହେପାଜତରେ ଥିବାବେଳେ ସଞ୍ଜୟଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଇଛିି । ଏହାବ୍ୟତୀତ ନିୟମିତ ବ୍ୟବଧାନରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମଧ୍ୟ କୋର୍ଟ କହିଛନ୍ତି । ଲାଞ୍ଚ ପରିମାଣର ୬୦ ପ୍ରତିଶତ ନଗଦ ଆକାରରେ ସଞ୍ଜୟଙ୍କୁ ପ୍ରଦାନ କରାଯାଇସାରିଛି । ଜମି ଦଲାଲ ପ୍ରବୀଣ ରାଉତଙ୍କ ପକ୍ଷରୁ ଅବଶିଷ୍ଟ ଅର୍ଥରେ ସଞ୍ଜୟ ଓ ତାଙ୍କ ପରିବାର ପାଇଁ ବିଦେଶ ଯାତ୍ରାର ଆୟୋଜନ କରାଯାଇଥିଲା ବୋଲି ଇଡି ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ । ଅପରପକ୍ଷରେ ସଞ୍ଜୟ କହିଛନ୍ତି ଯେ ମରିଯିବି ପଛେ, ଇଡି ଆଗରେ ଆତ୍ମସମର୍ପଣ କରିବି ନାହିଁ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଶିବସେନାରେ ରହିବେ ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସଞ୍ଜୟଙ୍କୁ ଅଟକ ରଖାଯାଇଥିବା ସମ୍ବାଦ ପ୍ରସାରିତ ହେବାପରେ ଶିବସେନାର ଶତାଧିକ ସମର୍ଥକ ଇଡି କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ଅପରପକ୍ଷରେ ଇଡିଙ୍କ ଏତାଦୃଶ କାର୍ଯ୍ୟକୁ ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଶିବସେନା ପକ୍ଷରୁ ସମାଲୋଚନା କରାଯାଇଛି । ରାଜନୈତିକ ଆକ୍ରୋଶ ରଖି ସଞ୍ଜୟଙ୍କୁ ଅଯଥାରେ ଫସାଇ ଦିଆଯାଇଛି ବୋଲି ଉଦ୍ଧବ ଗୋଷ୍ଠୀ ଅଭିଯୋଗ କରିଛନ୍ତି । ଜବତ ଟଙ୍କା ସମ୍ପର୍କରେ ବୟାନ ଦେଇ ସଞ୍ଜୟଙ୍କ ବିଧାୟକ ଭାଇ ସୁନିଲ ରାଉତ କହିଛନ୍ତି ଯେ ଦଳୀୟ କର୍ମୀଙ୍କ ଅଯୋଧ୍ୟା ଟ୍ରିପ୍ ପାଇଁ ଏହି ଟଙ୍କା ସଂଗୃହୀତ ହୋଇଥିଲା । ତେବେ ବିଜେପି ନେତାଙ୍କ ମୁଖା ଖୋଲିବା ଭୟ ଥିବାରୁ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି ବୋଲି ସୁନିଲ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking