34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜୁନ୍‌-ଜୁଲାଇରେ ୭% ଅଧିକ ବୃଷ୍ଟିପାତ

ଜୁନ୍‌-ଜୁଲାଇରେ ୭% ଅଧିକ ବୃଷ୍ଟିପାତ

ନୂଆଦିଲ୍ଲୀ: ଚଳିତବର୍ଷ ଜୁନ୍ ୧ରୁ ଜୁଲାଇ ୩୧ ମଧ୍ୟରେ ଦେଶରେ ୭ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ଏହାସତ୍ତ୍ୱେ ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ କେରଳ ଭଳି ଧାନ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଅପେକ୍ଷାକୃତ କମ ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷରେ ଅଗଷ୍ଟ-ସେପ୍ଟେମ୍ବରରେ ଦେଶରେ ସ୍ୱାଭାବିକ୍ ବୃଷ୍ଟିପାତର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏହି ଦୁଇମାସ ମଧ୍ୟରେ ଦେଶରେ ୯୪ରୁ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ଢାଞ୍ଚାରେ ପ୍ରବାହିତ ହେଉଥିବାରୁ ଏଭଳି ବର୍ଷା ପରିମାଣ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking