29.1 C
Bhubaneswar
Saturday, April 27, 2024
Homeଓଡିଶାବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍‌

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : ବାଲେଶ୍ୱରରେ କେନ୍ଦ୍ରୀୟ ଦଳ । ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବଂଶୱାଲଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଦଳ ଓଡ଼ିଶାରେ ପହଁଚିଛି । ଟିମରେ ୭ ଜଣ ସଦସ୍ୟ ଅଛନ୍ତି । ଆଜି ଓ କାଲି ବାତ୍ୟା ‘ୟାଶ’ ଦ୍ଵାରା ବିଶେଷ ଭାବେ ପ୍ରଭାବିତ ୪ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ ୪ ଜିଲ୍ଲା ଗସ୍ତ କରିବ । ଆଜି ଭଦ୍ରକ ଧାମରାରେ ପହଞ୍ଚିବା ପରେ ଏହି ଟିମ୍‌ ୮ଟି ପଞ୍ଚାୟତର କ୍ଷୟକ୍ଷତି ନେଇ ଆକଳନ କରିବା ସହ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ୨ ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଟିମ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ । ଦିଲ୍ଲୀ ଫେରି ଓଡ଼ିଶାକୁ ୫ ଶହ କୋଟିର ସହାୟତା ରାଶି ପ୍ରଦାନ କରିଥିଲେ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଦୀର୍ଘ ସ୍ଥାୟୀ ଯୋଜନା କରିବା ଲାଗି ରାଜ୍ୟ କେନ୍ଦ୍ର ନିକଟରେ ଦାବି ରଖିଛି । ଏପଟେ ‘ୟାଶ’ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ ୬୨୦କୋଟି କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking