28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଗଡିବ ୧୦୬ ସ୍ପେଶାଲ ଟ୍ରେନ

ଗଡିବ ୧୦୬ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢୁଥିବା ସମୟରେ ସେଣ୍ଟ୍ରୋଲ ରେଲୱେ ରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ୧୦୬ ସ୍ପେଶାଲ ଟ୍ରେନର ଘୋଷଣା କରିଛି । ରେଲୱେ ମୁମ୍ବାଇ, ପୁଣେ ଓ ସୋଲାପୁରରୁ ଉତ୍ତର ଭାରତକୁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କରିଛି । ରେଲୱେ ତରଫରୁ କୁହାଯାଇଛି ଯେ, ଦରକାର ପଡିଲେ ଆହୁରି ଟ୍ରେନ ଦିଆଯିବ । କହିରଖୁଛୁ ଯେ, ୧୮-୨୦ ରେଗୁଲାର ଟ୍ରେନ ପୂର୍ବରୁ ପ୍ରତିଦିନ ଉତ୍ତର ଓ ପୂର୍ବ ଭାରତ ପାଇଁ ଚାଲୁଛି । ମିଳିଥିବା ସୂଚନା ଅନୁସାରେ, ୭ ଏପ୍ରିଲରୁ ଏପର୍ଯ୍ୟନ୍ତ ୨୫ ସ୍ପେଶାଲ ଟ୍ରେନ ଉତ୍ତର ଭାରତର ସହର ପାଇଁ ଆରମ୍ଭ ହୋଇସାରିଛି । ଏହି ସବୁ ଅଂଚଳ ପାଇଁ ଟ୍ରେନର ଦାବି ରହିଛି ।
ଦାବି ବଢିବା କାରଣରୁ ସୋମବାର ଗୋରଖପୁର ପାଇଁ ବିଶେଷ ଭାବରେ ସ୍ପେଶାଲ ଟ୍ରେନ ଗଡିବ । ମହାରଷ୍ଟ୍ରରେ ଲକଡାଉନ ହେବାର ସମ୍ଭାବନା ବଢୁଥିବାରୁ ଚିନ୍ତା କରିବା ଦରକାର ନାହିଁ । ଟ୍ରେନ ବନ୍ଦ ହେବନି ବୋଲି କୁହାଯାଇଛି । ବର୍ତମାନ କେବଳ ନିଶ୍ଚିତ ହୋଇଥିବା ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking