29.1 C
Bhubaneswar
Monday, May 6, 2024
Homeଓଡିଶାଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ ଘୋଷଣା ହୋଇଛି । ଆସନ୍ତକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ ସହିତ ରୀନିତୀନି ପାଳନ ହେବ । ପାର୍କ, ଖେଳପଡିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ । ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ରହିଛି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୃତ ବେଗରେ ବଢିବାରେ ଲାଗିଛି । ଦୈନିକ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ପ୍ରତି ଜିଲ୍ଲାରୁ ବାହାରୁଛନ୍ତି । ଫଳରେ ରାଜ୍ୟରେ ହଜାରେ ପରେ ଆକ୍ରାନ୍ତ ବାହାରୁଛନ୍ତି । ସେଥିପାଇଁ ସରକାର କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ଯଦିଓ ପୂର୍ବଭଳି ଲକଡାଉନ, ସଟ ଡାଉନ କରାଯାଇନପାରେ, ମାତ୍ର ଦରକାର ପଡିଲେ ଏମିତି ହୋଇପାରେ । କାରଣ କରୋନାକୁ ଏବେଠୁ ନିୟନ୍ତ୍ରଣ ନକରିଲେ ଆଗକୁ ସ୍ଥିତି ଆହୁରି ଅସମ୍ଭାଳ ହୋଇପଡିବ । ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking