40.1 C
Bhubaneswar
Wednesday, April 24, 2024
Homeକରୋନାସିବିଏସଇ ପରୀକ୍ଷା ବାତିଲ କରିବାକୁ ଦାବି

ସିବିଏସଇ ପରୀକ୍ଷା ବାତିଲ କରିବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ପରିସ୍ଥିତି ବିଗୁଡୁଥିବା ମଧ୍ୟରେ ମଙ୍ଗଳବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ । ବର୍ତମାନର କୋଭିଡ ସ୍ଥିତି ଦେଖିବା ପରେ ଚିନ୍ତା ପ୍ରକଟ କରି କହିଛନ୍ତି ଚଳିତ ଥର କରୋନା ମହାମାରୀ ଅଧିକ ଭୟାନକ ରହିଛି । କରୋନାର ଦ୍ୱିତୀୟ ଲହରରେ ଅଧିଂକାଶ ପିଲା ଓ ଯୁବ ଗୋଷ୍ଠୀ ଆକ୍ରାନ୍ତ ହେଉଛନ୍ତି । ୬୫ ପ୍ରତିଶତ ଆକ୍ରାନ୍ତ ୪୫ ବର୍ଷରୁ କମ୍ ବୟସର । ସିଏମ ଅପିଲ କରିଛନ୍ତି ଯେ, ଘରୁ ବାହାରକୁ ବାହାରିବା ମାତ୍ରେ କୋଭିଡ ନିୟମ କଡାକଡି ଭାବେ ପାଳନ କରନ୍ତୁ । ସରକାରୀ ହସ୍ପିଟାଲରେ ୨୪ ଘଣ୍ଟା କରୋନା ଟିକା ଦିଆଯାଉଛି । ସେଥିପାଇଁ ଯଦି ଆପଣ ୪୫ ବର୍ଷ ବୟସରୁ ଅଧିକ, ତେବେ କରୋନା ଟିକା ନିଅନ୍ତୁ ବୋଲି ସେ କହିଛନ୍ତି । ସିଏମ କେଜ୍ରିୱାଲ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଦାବି କରି କହିଛନ୍ତି, ଦିଲ୍ଲୀର ୬ ଲକ୍ଷ ପିଲା ସିବିଏସଇ ପରୀକ୍ଷା ଦେବେ । ୧ ଲକ୍ଷ ଅଧ୍ୟାପକ ଏଥିରେ ସାମିଲ ହେବେ । ଫଳରେ ବଡ ସ୍ତରରେ କରୋନା ବ୍ୟାପିବାର ସମ୍ଭାବନା ରହୁଛି । ସିବିଏସଇ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ସେ ଅପିଲ କରିବେ ବୋଲି କହିଛନ୍ତି । ଅନେକ ଦେଶ ପରୀକ୍ଷା ବାତିଲ କରିଛନ୍ତି । ଅନେକ ରାଜ୍ୟ ସରକାରମାନେ ବୋର୍ଡ ପରୀକ୍ଷା ବାତିଲ କରିଛନ୍ତି । ସେଥିପାଇଁ ସିବିଏସଇ ପରୀକ୍ଷା ବି ବାତିଲ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking