30.1 C
Bhubaneswar
Friday, April 26, 2024
Homeରାଜନୀତିସ୍ୱାଧୀନତା ପରେ ମୋଦିଙ୍କ ପରି ଓଡିଶାର ବିକାଶ ଦାୟିତ୍ୱ କେହି ନେଇନଥିଲେ - ଧର୍ମେନ୍ଦ୍ର ପ୍ରଧାନ

ସ୍ୱାଧୀନତା ପରେ ମୋଦିଙ୍କ ପରି ଓଡିଶାର ବିକାଶ ଦାୟିତ୍ୱ କେହି ନେଇନଥିଲେ – ଧର୍ମେନ୍ଦ୍ର ପ୍ରଧାନ

ଓଡିଶା ଜନ ସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

 
– ବିଗତ ୬ ବର୍ଷରେ ଓଡିଶାକୁ ଅଧିକ ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କୃତଜ୍ଞତା
– ବାତ୍ୟା ମୁକାବଲା ପାଇଁ ଓଡିଶାକୁ ଛୁଟିଦିନରେ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦି ସରକାର
– ପୂର୍ବ ଭାରତକୁ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସଂକଳ୍ପବଦ୍ଧ
– ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ସବୁଠୁ ବଡ ଲାଭ ପାଇଛି ଓଡିଶା
– ମାଣବସା ଗୁରୁବାର, ରାବଣ ଛାୟା ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତିକୁ ସମ୍ମାନ ଦେଇଛନ୍ତି ମୋଦି
– ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ସୌର ଶକ୍ତି ନଗର କରିବାର ଦାୟିତ୍ୱ ନେଇଛନ୍ତି ମୋଦି
-ପୂର୍ବ ଭାରତର ବିକାଶ ବିନା ସମଗ୍ର ଭାରତର ସନ୍ତୁଳିତ ବିକାଶ କଳ୍ପନା କରିବା ଅସମ୍ଭବ
– ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପଷ୍ଟ କ୍ରିୟାନ୍ୱୟନ କାରଣରୁ ଭାରତ ବିଶ୍ୱରେ ନୂଆ
ମାଇଲଖୁଂଟ ତିଆରି କରିଛି
– ପୃଥିବୀର ୧୫୦ ଦେଶକୁ ଭାରତ ନିଜେ ସମ୍ଭାଳିବା ସହ ଗରିବ ମାନଙ୍କ ଭିତରେ ନୂଆ ଆଶାର ସଂଚାର ଭରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶରେ ସ୍ୱାଧୀନତା ପରବର୍ତୀ ସମୟରେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ବିଗତ ୬ ବର୍ଷରେ ଯେପରି ଦାୟିତ୍ୱ ନେଇଛନ୍ତି ପୂର୍ବରୁ କୌଣସି ସରକାର ଏପରି ଦାୟିତ୍ୱ ନେଇନଥିଲେ
ବୋଲି ସୋମବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ
ଭର୍ଚୁଆଲ ରାଲି-ଓଡିଶା ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନେକ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ଦାୟିତ୍ୱ ନେଇଛନ୍ତି । ମାତ୍ର ମୋଦି
ସରକାର ବିଗତ ୬ ବର୍ଷରେ ଓଡିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଗତ ୬ ବର୍ଷରେ ମୋଦି
ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ନୂଆ ଯୋଜନା ମାଧ୍ୟମରେ ସ୍ପଷ୍ଟକ୍ରିୟାନ୍ୱୟନ କରି ପୂର୍ବ ଭାରତକୁ ଅନ୍ୟ
ଅଂଚଳକୁ ସମକକ୍ଷ କରିବାକୁ କଟିବଦ୍ଧ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ
କୃତଜ୍ଞତା ଜଣାଇଛନ୍ତି ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ, ଉଜ୍ଜଳା ଓ ଜନଧନ ପରି ଯୋଜନାରେ ଓଡିଶା
ସବୁଠୁ ବଡ ଅଂଶ ଲାଭ ପାଇଛି । ଉପକୂଳ ଜାତୀୟ ରାଜପଥ, ଶିଳ୍ପାୟନ, କଳିଙ୍ଗ ନଗରକୁ ଷ୍ଟିଲ୍ ହବରେ ପରିଣତ
କରିବା, ପାରାଦୀପ ରିଫାଇନାରୀର କାମ ମୋଦି ସରକାରରେ ହୋଇଛି । ଏତବ୍ୟତିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନବକଳେବର ସମୟରେ ପ୍ରଧାନମନ୍ତ୍ରୀ ମୋଦି ୫୦ କୋଟି ଟଙ୍କା ଦେଇଥିଲେ । ଲେଖକ ହଳଦର ନାଗଙ୍କ ଭଳି
ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡିଆ ଜାତିର ସମ୍ମାନ ବଢାଇଥିଲେ । ମାଣବସା ଗୁରୁବାର, ରାବଣ ଛାୟା
ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତି ଓ ପରମ୍ପରାର ସମ୍ମାନ ବଢାଇଥିଲେ, କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ
ସୌର ଶକ୍ତି ନଗର କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଅମ୍ଫନ ବାତ୍ୟାର ଅନୁଧ୍ୟାନ ଓ ସମୀକ୍ଷା କରିବା ପାଇଁ ମେ ୨୨ ତାରିଖରେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ
ଯାଇଥିଲେ । ଦୁଇ ରାଜ୍ୟରେ ବିଜେପି ସରକାର ନଥାଇ ମଧ୍ୟ ଗରିବଙ୍କ କଥା ଚିନ୍ତା କରି ସବକା ସାଥ୍‌, ସବକା ବିକାଶ
ଓ ସବକା ବିଶ୍ୱାସ ମନ୍ତ୍ରରେ ଏହି ଦୁଇଟି ରାଜ୍ୟକୁ ଗସ୍ତ କରି ପଶ୍ଚିମବଙ୍ଗ ପାଇଁ ତତ୍କାଳୀନ ୧୦୦୦ କୋଟି ଏବଂ ଓଡିଶା
ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ । ଏହାସହ ଗସ୍ତର ଦିନକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛୁଟି ଦିନରେ
ରାଜ୍ୟକୁ ସଙ୍ଗେସଙ୍ଗେ ୫୦୦ କୋଟି ଟଙ୍କା ପଠାଇଦେଲେ ।
୨୦୧୪ ପୂର୍ବରୁ ଦିଲ୍ଲୀ ସରକାରରେ ଶାସନ ଦାୟିତ୍ୱରେ ଥିବା ସରକାର ଯଦି ପୂର୍ବ ଭାରତକୁ ଗୁରୁତ୍ୱ ଦେଇଥାନ୍ତେ
ତେବେ ଏଭଳି ଦିନ ଦେଖାଯାଇନଥାନ୍ତା । ସ୍ୱାଧୀନତା ପରେ ପଶ୍ଚିମ ଓ ଦକ୍ଷିଣ ଭାରତ ପରି ପୂର୍ବ ଭାରତ ବିକଶିତ
ହୋଇନାହିଁ । ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସମଗ୍ର ଭାରତର ସନ୍ତୁଳିତ ବିକାଶ କଳ୍ପନା
କରିବା ଅସମ୍ଭବ ବୋଲି ଏକ ଭାଷଣରେ ମୋଦି କହିଥିଲେ । ନରେନ୍ଦ୍ର ମୋଦିଙ୍କ ଏହା କେବଳ ଭାଷଣ ନଥିଲା
ବାସ୍ତବରେ ମଧ୍ୟ ଏପରି କରି ଦେଖାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୫ ମସିହାରେ ତତ୍କାଳାନ ପ୍ରଧାନମନ୍ତ୍ରୀ ମୋନମୋହନ ସିଂହ ଦାୟିତ୍ୱରେ ଥିବାବେଳେ
ସେ ଓଡିଶାର ହକ୍ ମାଗିବା ପାଇଁ ତାଙ୍କ ପାଖକୁ ଯାଇଥିଲେ । ମାତ୍ର ସେ ଟଙ୍କା କଣ ଗଛରେ ଫଳେ ବୋଲି କହି
କଂଗ୍ରେସର ବୈମାତୃକ ମନୋଭାବପୋଷଣ କରିଥିଲେ ।
ପରିବର୍ତିତ ବିଶ୍ୱରେ ଭାରତବର୍ଷ ଏକ ନୂଆ ଆତ୍ମବିଶ୍ୱାସ ନେଇ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ
ନେତୃତ୍ୱ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପଷ୍ଟ କ୍ରିୟାନ୍ୱୟନ କାରଣରୁ ଦେଶ ଆଜି ପୃଥିବୀରେ ନୂଆ ମାଇଲଖୁଂଟ ତିଆରି କରିଛି ।
ପୃଥିବୀର ୧୫୦ ଦେଶକୁ ଭାରତ ନିଜେ ସମ୍ଭାଳିବା ସହ ଗରିବ ମାନଙ୍କ ଭିତରେ ନୂଆ ଆଶାର ସଂଚାର ଭରିଛି ବୋଲି
ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking