28.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରରୁ ଆଉ ୪ ପଜେଟିଭ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୪ ପଜେଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ଆଉ ୪ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ୧୪୬ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ରହିଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ବାହାରିଥିବା ୪ ପଜେଟିଭଙ୍କ ମଧ୍ୟରୁ ୩ ଜଣ ଯୁବକ ରହିଥିବା ବେଳେ ଜଣେ ଯୁବତୀ ରହିଛନ୍ତି । ଆକ୍ରାନ୍ତ ସମସ୍ତ ହୋମ କ୍ୱାରେଣ୍ଟିନରେ ରହିଥିଲେ । ଏବେ ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଜଣେ ଆକ୍ରାନ୍ତ ଚନ୍ଦ୍ରଶେଖରପୁର ର ୨୮ ବର୍ଷୀୟ ଯୁବକ । ସେ ହାଇଦ୍ରାବାଦରୁ ଫେରିଥିଲେ । ଆଉ ଜଣେ ଡୁମୁଡୁମାର ୨୯ ବର୍ଷୀୟ ଆକ୍ରାନ୍ତ । ଆଉ ସେ ଦିଲ୍ଲୀରୁ ଫେରିଥିଲେ । ସେହିଭଳି ଆଉ ଦୁଇ ଜଣ ପଟିଆ ଅଂଚଳର ବୋଲି ସରକାରୀ ଭାବେ ସୂଚନା ପ୍ରକାଶ ପାଇଛି । ପଟିଆର ଜଣେ ୩୪ ବର୍ଷୀୟ ଯୁବକ ଏବଂ ଆଉ ଜଣେ ୨୬ ବର୍ଷୀୟା ମହିଳା । ସେ ଦିଲ୍ଲୀରୁ ଫେରିଥିଲେ ।

ସୂଚନା ଯୋଗ୍ୟ ଯେ ,ରାଜ୍ୟରେ ଆଉ ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧିପାଇଛି । ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୧୯ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।
https://onakhabar.com/2020/06/09/146-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking