32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଦୁର୍ଘଟଣାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଇଛି ଭାଇଭଉଣୀଙ୍କ ଜୀବନ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସୁଲତାନପୁରରେ ଏକ ବାଇକ ଯୋଗେ ଭାଇଭଉଣୀ ଘରକୁ ଆସୁଥିବା ସମୟରେ ତାଙ୍କ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ଦୁର୍ଘଟଣାରେ ଭାଇଭଉଣୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ, ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଭାଇଭଉଣୀଙ୍କୁ ମୃତ ବୋଲି କହିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ପୋଲିସର ତଦନ୍ତ ଅନୁସାରେ, ମୃତ ଭଉଣୀ ଗତ ୨୦୧୯ରେ ବିବାହ କରିଥିଲେ । ଭାଇ ସହିତ ଭଉଣୀ ହସଖୁସିରେ ବାପ ଘରକୁ ଆସୁଥିବା ସମୟରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking