28.1 C
Bhubaneswar
Monday, May 27, 2024
Homeଓଡିଶାବିଜେଡିରେ ମିଶିଲେ ବିଜୟ କେତନ ସ୍ୱାଇଁ

ବିଜେଡିରେ ମିଶିଲେ ବିଜୟ କେତନ ସ୍ୱାଇଁ

ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜୟ କେତନ ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେଡିକୁ ଫେରିବା ପରେ ବିଜୟ କେତନ ସ୍ୱାଇଁଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି। ଯେଉଁଠି ଥିଲେ ବି ମାନସିକ ସ୍ତରରେ ନବୀନଙ୍କ ସହ ଥିଲି । ବିଜେପି ପ୍ରତି ବିତୃଷ୍ଣା ହୋଇ ଦଳ ଛାଡିଲି । ବିଜେଡିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି। ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ କେତନ । ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ଥିଲେ । ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ମଧ୍ୟ ଥିଲେ । ଏହାପରେ ବିଜେପିରେ ମିଶି ରାଜନଗର ଆସନରୁ ୨୦୦୯ରେ ବିଜେପିରୁ ଲଢ଼ିଥିଲେ । ଆଜି ପୁଣି ସେ ବିଜେଡିକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking