31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକେଜ୍ରିୱାଲଙ୍କ ଇସ୍ତଫା ଦାବିକଲା କଂଗ୍ରେସ

କେଜ୍ରିୱାଲଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: ଅବାକରୀ ଦୁର୍ନୀତି ମାମଲାରେ ଆପ୍‌ର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଥିବା ପ୍ରସଙ୍ଗକୁ ସବୁ ବିରୋଧୀ ଦଳ କଡା ସମାଲୋଚନା କରିଥିବାବେଳେ କେବଳ କଂଗ୍ରେସ ବ୍ୟତିକ୍ରମ ପାଲଟିଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲିି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ବୁଧବାର କଂଗ୍ରେସ କର୍ମୀମାନେ ଆପ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀଙ୍କ ବିକ୍ଷୋଭର ନେତୃତ୍ୱ ନେଇଥିବାବେଳେ ସେମାନେ ସିସୋଦିଆ ଓ କେଜ୍ରିୱାଲଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କେଜ୍ରିୱାଲ ସରକାର କ୍ଷମତାରେ ଥିବାପର୍ଯ୍ୟନ୍ତ ଅବକାରୀ ଦୁର୍ନୀତିର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଅସମ୍ଭବ ହୋଇଥିବାରୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking