31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକେନ୍ଦ୍ରକୁ ଟାର୍ଗେଟ କଲେ କେଜ୍ରିୱାଲ; ସିସୋଦିଆ ଆଜି ବିଜେପିରେ ମିଶିଲେ କାଲି ଜେଲ୍‌ରୁ ମୁକୁଳିବେ

କେନ୍ଦ୍ରକୁ ଟାର୍ଗେଟ କଲେ କେଜ୍ରିୱାଲ; ସିସୋଦିଆ ଆଜି ବିଜେପିରେ ମିଶିଲେ କାଲି ଜେଲ୍‌ରୁ ମୁକୁଳିବେ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଲୋକପ୍ରିୟ ତଥା ସଫଳ ସରକାରକୁ କ୍ଷମତାଚ୍ୟୁତ କରିବାକୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି । ଅବକାରୀ ଦୁର୍ନୀତି ଏକ ବାହାନା । ଏହାକୁ ଆଳକରି କେନ୍ଦ୍ର ସରକାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଇଛନ୍ତି ବୋଲି କେଜ୍ରିୱାଲ ସିିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସିସୋଦିଆ ଯଦି ଆପ୍ ଛାଡି ଆଜି ବିଜେପିରେ ଯୋଗଦେବେ, ତେବେ ଆସନ୍ତାକାଲି ସେ ନିଶ୍ଚିତଭାବେ ଜେଲରୁ ମୁକୁଳିବେ ବୋଲି କେଜ୍ରିୱାଲ କହିଛନ୍ତି । ସିସୋଦିଆଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଦିଲ୍ଲୀୋର ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଘଟିିପାରିଛି । ଏହାହିଁ ବିଜେପି ପାଇଁ ଚକ୍ଷୁଶୀଳ ହୋଇଛି । ସଦ୍ୟ ସମାପ୍ତ ଏମ୍‌ସିଡି ନିର୍ବାଚନରେ ଆପ୍‌ର ବିପୁଳ ବିଜୟ ପୁଣିଥରେ ଦଳର ଲୋକପ୍ରିୟତାକୁ ପ୍ରମାଣିତ କରିଥିବା କେଜ୍ରିୱାଲ କହିଛନ୍ତି । ବିରୋଧୀ ଦଳର ଦକ୍ଷ ମନ୍ତ୍ରୀଙ୍କୁ କିପରି ଅଯଥାରେ ବଦନାମ କରାଯାଇ ଜେଲ୍‌ରେ ଭର୍ତ୍ତି କରାଯାଏ, ତାହା ବିଜେପି ଭଲଭାବେ ଜାଣିଛି ।

ଅତୀତରେ ଅଣ ବିଜେପି ଶାସିତ ରାଜ୍ୟରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ତେଣୁ ସିସୋଦିଆଙ୍କ ଗିରଫଦାରୀରେ ଏତେଟା ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି । ପଞ୍ଜାବରେ ଆପ୍ କ୍ଷମତାକୁ ଆସିବା ପରଠାରୁ ବିଜେପିର ଅସହିଷ୍ଣୁତା ଅଧିକ ପରିମାଣରେ ବଢିଯାଇଥିବା ସେ କହିଛନ୍ତି । ଶିକ୍ଷାମନ୍ତ୍ରୀଭାବେ ସିସୋଦିଆ ଦିଲ୍ଲୀରେ ଶିକ୍ଷା ମଡେଲକୁ ସମ୍ପୂର୍ଣ୍ଣ ବଦଳାଇ ପାରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଭାବେ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅବଦାନକୁ ଦିଲ୍ଲୀବାସୀ କେବେ ବି ଭୁଲିପାରିବେନି । ତେବେ ବିଜେପି ଏ ଦୁଇ ନେତାଙ୍କୁ ଜେଲ୍‌ରେ ଭର୍ତ୍ତିକରି ନିଜର ଅପାରଗ ପଣିଆ ଲୁଚାଇବାକୁ ଅପଚେଷ୍ଟା କରୁଥିବା କେଜ୍ରିୱାଲ କହିଛନ୍ତି । ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟ ତୁଳନାରେ ଦିଲ୍ଲୀରେ ସରକାରୀ ସ୍କୁଲଗୁଡିକର ଅବସ୍ଥା ଯଥେଷ୍ଟ ଉନ୍ନତ ବୋଲି ସେ କହିଛନ୍ତି । ତେଣୁ ଦିଲ୍ଲୀବାସୀ ସେମାନଙ୍କର ପିଲାଙ୍କୁ ଘରୋଇ ସ୍କୁଲ ବଦଳରେ ସରକାରୀ ସ୍କୁଲରେ ପଢାଇବାକୁ ଶ୍ରେୟସ୍କର ମଣୁଛନ୍ତି । ତେବେ ବିଜେପିର ଏହି ହୀନ ଚକ୍ରାନ୍ତ କେବେ ବି ସଫଳ ହେବ ନାହିଁ ଏବଂ ଦିଲ୍ଲୀବାସୀ ଏହାର ଉଚିତ ଜବାବ ଦେବେ ବୋଲି କେଜ୍ରିୱାଲ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking