29.1 C
Bhubaneswar
Tuesday, May 7, 2024
Homeଓଡିଶାବିଜେଡି ନେତା ପ୍ରଣୟ ସାହୁଙ୍କ ନା’ରେ ମାମଲା

ବିଜେଡି ନେତା ପ୍ରଣୟ ସାହୁଙ୍କ ନା’ରେ ମାମଲା

ଭୁବନେଶ୍ୱର : ବିଜେଡି ନେତା ପ୍ରଣୟ ସାହୁଙ୍କ ସମେତ ୪ଜଣଙ୍କ ନା’ରେ ମାମଲା ରୁଜୁ ହୋଇଛି । ବରଗଡ଼ ଗାଇସିଲଟ ଥାନାରେ ଧମକାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଗାଇସିଲଟ ଥାନା ଏସ୍‌ଆଇ ପ୍ରମୋଦ ପାତ୍ରଙ୍କ ଏତଲା ଭିତ୍ତିରେ ମାମଲା ରୁଜୁ ହୋଇଛି । ମହିଳା ପୋଲିସ ସମତେ ଏସ୍‌ଆଇଙ୍କୁ ଦୁର୍ବ୍ୟବହାର ପାଇ ଅଭିଯୋଗ ହୋଇଛି । ସେପ୍ଟେମ୍ବର ୧୬ ତାରିଖରେ ଥାନା ଭିତରେ ଧମକାଇବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ଼ ଏସ୍‌ପି କହିଛନ୍ତି । ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ଼ ଏସ୍‌ପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking