29.1 C
Bhubaneswar
Monday, May 6, 2024
Homeଓଡିଶାବିଦ୍ୟୁତ୍ ଖୁଣ୍ଟ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ବିଦ୍ୟୁତ୍ ଖୁଣ୍ଟ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଭବାନୀପାଟଣା  : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଭଇଁରି ଗ୍ରାମରେ ଘଟିଛି ସନ୍ଦେହ ଜନକ ଘଟଣା । ବିଦ୍ୟୁତ୍ ଖୁଣ୍ଟ ଉପରୁ ଏକ ଚାଳିଶ ବର୍ଷୀୟ ଯୁବକର ମୃତଦେହ ଉଦ୍ଧାର କଲା ପୋଲିସ। ସୂଚନା ଅନୁସାରେ ଭଇଁରି ଗ୍ରାମ ନିଲାଞ୍ଚଳ ନାଏକଙ୍କ ୪୦ ବର୍ଷର ପୁଅ ଗଜରାଜ ନାଏକ ଗତକାଲି ସନ୍ଧ୍ୟା ରେ ଝିପି ଝିପି ବର୍ଷା ହେଉଥିବା ସମୟରେ ଯୁବକ ଜଣକ ବାହାରକୁ ଯାଉଛି କହି ଘରୁ ବାହାରିଥିଲେ । କିନ୍ତୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଯୁବକ ଜଣକ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ତାଙ୍କୁ ଚାରି ଆଡେ ଖୋଜା ଖୋଜି ଆରମ୍ଭ କରିଥିଲେ ,ହେଲେ ଗଜରାଜ୍ ଙ୍କୁ ପାଇ ନଥିଲେ ପରିବାର୍ ଲୋକେ । ତେବେ ଆଜି ସକାଳରୁ ନିଜ ଘରପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଉପରେ ଉକ୍ତ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଓ ଗାଁ ଲୋକେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ବଡ଼କୁଟ୍ରୁ ଫାଣ୍ଡିକୁ ସୂଚନା ଦେବା ପରେ ପୋଲିସ ଓ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ସେଠାରୁ ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠା ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking