40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବାଜି ମାରିଲେ ସୁଖଜିନ୍ଦର ସିଂହ ରନ୍ଧାଓ୍ୱା

ବାଜି ମାରିଲେ ସୁଖଜିନ୍ଦର ସିଂହ ରନ୍ଧାଓ୍ୱା

ନୂଆଦିଲ୍ଲୀ: ବାଜି ମାରିଲେ ସୁଖଜିନ୍ଦର ରନ୍ଧାଓ୍ୱା । ସେ ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ରନ୍ଧାଓ୍ୱାଙ୍କ ନାଁରେ ମୋହର ବାଜିଥିବା ଜଣାପଡ଼ିଛି । ଏହା ପରେ ଅନୁମୋଦନ ପାଇଁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି ରନ୍ଧାଓ୍ୱାଙ୍କ ନାଁ । ୩ ଥରର ବିଧାୟକ ହେଉଛନ୍ତି ସୁଖଜିନ୍ଦର । ସେ ଅବକାରୀ ଓ ସମବାୟ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ପଂଜାବ କଂଗ୍ରେସର ଉପସଭାପତି ପଦରେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।ପଞ୍ଜାବର ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ‘ଏଆଇସିସି’ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାମ ପ୍ରସ୍ତାବ ଦେଇଛି। ଏ ସଂକ୍ରାନ୍ତରେ ସମ୍ପ୍ରତି ଅମ୍ବିକା ସୋନିଙ୍କୁ ଉପସ୍ଥିତିରେ ରାହୁଲ୍‌ ଗାନ୍ଧୀଙ୍କ ବାସଭବନରେ ବୈଠକ ଚାଲିଛି। ଗୁରଦାସପୁର ଜିଲ୍ଲାର ରନ୍ଧାଓ୍ୱା ପଞ୍ଜାବର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କର ଘନିଷ୍ଠ ବୋଲି କୁହାଯାଏ ।

ତେବେ ସୁଖଜିନ୍ଦର ମୁଖ୍ୟମନ୍ତ୍ରୀ ପଦରେ ବସିବା ସହ ତାଙ୍କୁ ଶାସନରେ ସହଯୋଗ କରିବା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଗତକାଲି  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂହ । ସିଦ୍ଧୁ ଗୋଷ୍ଠୀ ସହିତ ତାଙ୍କର କନ୍ଦଳ ଲାଗି ରହିଥିବାରୁ ସେ ପଦ ଛାଡ଼ିଥିଲେ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ଦେଇଥିଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଛନ୍ତି । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ସେହି କନ୍ଦଳର ଏକ ପରିଣାମ ଗତକାଲି ଦେଖିବାକୁ ମିଳିଛି । ପଞ୍ଜାବ କଂଗ୍ରେସରେ ଗୋଟିଏ ପଟେ ନବଜୋତ ସିଂହ ସିଦ୍ଧୁ ନିଜର ଦବଦବା ଜାହିର କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠି କ୍ଷମତା ଦଖଲ କରି ବସିଥିଲେ । ତେବେ ଯାହାକୁ ନେଇ ସିଦ୍ଧୁ ଗୋଷ୍ଠି ଅସନ୍ତୋଷ ଜାହିର କରି ଆସୁଥିଲେ । ଏମିତିକି ସିଦ୍ଧୁ ଖୋଲା ଖୋଲି ଭାବେ ଅମରିନ୍ଦରଙ୍କୁ ଚେତାବନୀ ମଧ୍ୟ ଦେବାକୁ ପଛାଉ ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking