28.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ସନ୍ଧ୍ୟାରେ ରଥଯାତ୍ରା ନିଷ୍ପତି

ଆଜି ସନ୍ଧ୍ୟାରେ ରଥଯାତ୍ରା ନିଷ୍ପତି

ପୁରୀ: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ସେ ସଂପର୍କରେ ଆଜି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ସହ ପୁରୀ ଗଜପତି ଆଲୋଚନା କରି ନିଷ୍ପତି ନେବେ । ଏନେଇ ଆଜି ଅନୁଷ୍ଠିତ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତିଙ୍କୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି । ଶ୍ରୀଜଗନ୍ନାଥଙ୍କ କୌଣସି ରୀତିନୀତି ବନ୍ଦ ନହୋଇ ଯେପରି ସରକାରୀ ନିର୍ଦ୍ଦେଶନାମାକୁ ପାଳନ କରି କାର୍ଯ୍ୟ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସନ୍ଧ୍ୟାରେ ଗଜପତି, ଶଙ୍କରାଚାର୍ଯ୍ୟ ଓ କିଛି ସେବାୟତ ପ୍ରତିନିଧି ବସି ନିଷ୍ପତ୍ତିି ନେବେ । ରବିବାର ଅକ୍ଷୟ ତୃତୀୟାଠାରୁ ରଥକାର୍ଯ୍ୟ ଆରମ୍ଭ ହେବାକଥା । ଏଥିପାଇଁ ରଥକାଠ ମଧ୍ୟ ଆସି ସାରିଛି । ମାତ୍ର ଲକ ଡାଉନ ପାଇଁ ଏବେ ଦ୍ୱନ୍ଦରେ ରଥଯାତ୍ରା । ତେବେ ଗୋଟିଏ ପଟେ ପ୍ରଶାସନ ଲକ ଡାଉନ କଥା କହୁଥିବା ବେଳେ ପୁରୀ ସେବାୟତ ରୀତିନୀତି ପରମ୍ପରା କଥା କହୁଛନ୍ତି । ଏଭଳି ଦ୍ୱନ୍ଦ ପାଇଁ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ କିଛି ନିଷ୍ପତି ହୋଇପାରିଲା ନାହିାଁ ଏବେ ଯାହା ବି ନିଷ୍ପତି ନେବେ ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତି । ମେ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଥିବାରୁ ସାମାଜିକ ଦୂରତାକୁ ବଜାୟ ରଖି ଅକ୍ଷୟ ତୃତୀୟା ପାଳନ କରିବା ପାଇଁ ପୁରୀ ସେବାୟତ ମତ ରଖିଥିଲେ । ତେବେ ଏହି ସବୁ ଦ୍ୱନ୍ଦ ଭିତରେ କିଛି ନିଷ୍ପତି ହୋଇପାରିନାହିଁ । ଆଜି ସନ୍ଧ୍ୟାରେ ଏହାର ଚୂଡାନ୍ତ ନିଷ୍ପତି ଜଣାପଡିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତିା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking