26.1 C
Bhubaneswar
Friday, March 29, 2024
Homeଅପରାଧ୬ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

୬ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମହ ଜିଲ୍ଲାର ଜାବେରା ପୋଲିସ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଂଶୀପୁରା ଗାଁର ଜଣେ ୬ ବର୍ଷର ନାବାଳିକାକୁ ଅପହରଣ ପରେ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ନିଜ ଘର ଠାରୁ କିଛି କିମି ଦୂରରେ ଏକ ବନ୍ଦ କୋଠରୀରେ ସେହି ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ ଉଦ୍ଧାର ସମୟରେ ତାଙ୍କ ହାତ ଗୋଡ ଜଉଡି ରେ ବନ୍ଧା ହୋଇଥିବା ପୋଲିସ କହିଛି । ତେବେ ତାଙ୍କୁ ଅପହରଣ କରାଯିବା ପରେ ଦୁଷ୍କର୍ମ କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ଏବଂ ତାର ଆଖି ତାଡିବାକୁ ମଧ୍ୟ ଉଦ୍ୟମ କରାଯାଇଛି । ସଂଙ୍କଟାପନ୍ନ ସ୍ଥିତିରେ ତାଙ୍କୁ ଜବଲପୁରକୁ ଚିକିତ୍ସା ପାଇଁ ପଠାଯାଇଥିବା ଏସପି ହେମନ୍ତ ଚୌହାନ ସୂଚନା ଦେଇଛନ୍ତି । ତେବେ ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ ନାବାଳିକା ଜଣକ ତାଙ୍କ ଘର ପାଖ ପଡୋଶୀଙ୍କ ଦୋକାନକୁ ଖାଇବା ଜିନିଷ କିଣିବା ପାଇଁ ଯାଇଥିଲେ । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking