29.1 C
Bhubaneswar
Saturday, April 27, 2024
Homeଖେଳଏଲ୍‌ଏଲ୍‌ସି: କ୍ୟାପିଟାଲ୍ସ ୭ ୱିକେଟ୍‌ରେ ବିଜୟୀ

ଏଲ୍‌ଏଲ୍‌ସି: କ୍ୟାପିଟାଲ୍ସ ୭ ୱିକେଟ୍‌ରେ ବିଜୟୀ

କଟକ: ଚଳିତ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ରେ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ଠାରେ ଗୁରୁବାର ଦଶମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଇଣ୍ଡିଆ କ୍ୟାପିଟାଲ୍ସ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରିବାକୁ ଆହ୍ୱାନ ପାଇବା ପରେ ଦଳ ୫ ୱିକେଟ୍ ବିନିମୟରେ ୧୬୧ ରନ୍ କରିଥିଲା । ଏହାର ଜବାବରେ କ୍ୟାପିଟାଲ୍ସ ୧୭.୨ ଓଭର୍‌ରେ ମାତ୍ର ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଛି ।

ମନିପାଲ ପକ୍ଷରୁ ଓପନର ଜେସି ରାଇଡର ଓ ପ୍ରଥମ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ କୈଫଙ୍କ ମଧ୍ୟରେ ୧୨୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇଥିଲା । ରାଇଡର ୫୫ଟି ବଲ୍ ଖେଳି ୫ଟି ଚୌକା ଓ ସମାନ ସଂଖ୍ୟକ ଛକା ସହାୟତାରେ ୭୬ ରନ କରିଥିଲେ । ସେହିପରି କୈଫ ୪୮ଟି ବଲ୍‌ର ସମ୍ମୁଖୀନ ହୋଇ ୯ଟି ଚୌକା ଓ ଗୋଟିଏ ଛକା ସହ ୬୭ ରନ୍‌ର ଯୋଗଦାନ ଦେଇଥିଲେ । ଟାଟେଣ୍ଡା ଟାଇବୁଙ୍କୁ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିଡଷ୍ଟର ମିଚେଲ ଜନସନ ୫ମ ଓଭରରେ ଆଉଟ୍ କରିବା ପରେ କୈଫ୍ ରାଇଡର୍‌ଙ୍କ ସହ ଯୋଗ ଦେଇଥିଲେ । ଉଭୟ ପରବର୍ତ୍ତୀ ୧୩ ଓଭରରେ ଇଣ୍ଡିଆନ୍ କ୍ୟାପିଟାଲ୍ସର ବୋଲରଙ୍କ ସମସ୍ତ ଚେଷ୍ଟାକୁ ବିଫଳ କରିଥିଲେ । ମନିପାଲ ପାୱାରପ୍ଲେ ଓଭରରେ କେବଳ ୪୬ ରନ ସଂଗ୍ରହ କରିବା ସହ ୧୫ ଓଭର୍ ଶେଷ ସୁଦ୍ଧା ସ୍କୋର୍‌କୁ ୧ ୱିକେଟ୍ ବିନିମୟରେ ୧୧୭ରେ ପହଞ୍ଚାଇଥିଲା । କିନ୍ତୁ ଶେଷ ୫ ଓଭରରେ ରାଇଡର୍ ଓ କୈଫଙ୍କ ଚମତ୍କାର ପ୍ରଦର୍ଶନ ରନ୍ ସଂଗ୍ରହ ହାରତକୁ ବେଶ୍ ବଢ଼ାଇ ପାରିଥିଲା । ଉଭୟ ଊନବିଂଶ ଓଭରରେ କ୍ୟାପିଟାଲ୍ସ ପେସର୍ ଲିଆମ୍ ଫ୍ଲଙ୍କେଟଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । ସେହିପରି ଅନ୍ତିମ ଓଭର୍‌ରେ ଦଳ ୨ଟି ୱିକେଟ୍ ହରାଇବା ସହ ମାତ୍ର ୪ ରନ୍ ସଂଗ୍ରହ କରିଥିଲା । କ୍ୟାପିଟାଲ୍ସ ପକ୍ଷରୁ ପ୍ଲଙ୍କେଟ୍ ଓ ରଜତ ଭାଟିଆ ୨ଟି ଲେଖାଏଁ ଓ ଜନସନ୍ ଗୋଟିଏ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ପକ୍ଷରୁ ହାମିଲଟନ୍ ମାସାକାଜା ସର୍ବାଧିକ ୬୮ ରନ୍ କରିଥିଲେ । ସେ ୩୯ଟି ବଲ୍ ଖେଳି ୭ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍ କରିଥିଲେ । ଏଥିସହ ସେ ତୃତୀୟ ୱିକେଟ୍‌ରେ ରସ୍ ଟେଲର୍‌ଙ୍କ ସାଥୀରେ ୮୬ ରନ୍‌ର ମ୍ୟାଚ୍ ବିଜୟୀ ଭାଗୀଦାରୀ କରିଥିଲେ । ଟେଲର୍ ଗୋଟିଏ ଚୌକା ଓ ୨ଟି ଛକା ସହ ୨୯ ରନ୍ କରିଥିବା ବେଳେ ଓପନର ସୋଲୋମନ୍ ମାୟର୍ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୨୮ ଏବଂ ଆଶ୍‌ଲେ ନର୍ସ ୧୧ଟି ବଲ୍ ଖେଳି ୩ଟି ଛକା ସହ ଅପରାଜିତ ୨୧ ରନ୍ କରିଥିଲେ । ମଣିପାଲ୍ ପକ୍ଷରୁ କ୍ରିସ୍ ମୋଫୁ, ଦିଲ୍‌ହାରା ଫର୍ଣ୍ଣାଣ୍ଡୋ ଓ ମୁଥିୟା ମୁରଲୀଥରନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking