33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକ୍ୟାବିନେଟ୍ ସଚିବଙ୍କ କୋଭିଡ୍ ସମୀକ୍ଷା : ପାର୍ବଣ ଋତୁ ପାଇଁ ସଜାଗ ରହିବା ଜରୁରୀ

କ୍ୟାବିନେଟ୍ ସଚିବଙ୍କ କୋଭିଡ୍ ସମୀକ୍ଷା : ପାର୍ବଣ ଋତୁ ପାଇଁ ସଜାଗ ରହିବା ଜରୁରୀ

ନୂଆଦିଲ୍ଲୀ: ସାଲିସର କୌଣସି ସ୍ଥାନ ନାହିଁ । କୋଭିଡ କଟକଣାକୁ ମାନି ଚଳିବାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି । ଦେଶର କେତେକ ଅଞ୍ଚଳରେ ଅଧିକ ପଜିଟିଭ ଚିହ୍ନଟ ହେଉଛି ଯାହା ଚିନ୍ତାଜନକ । ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସକମାନେ କୋଭିଡ ମହାମାରୀର ନିୟମିତ ଅନୁଶୀଳନ କରିବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବୃଦ୍ଧି କରିବା, ଜରୁରୀ ଔଷଧର ମହଜୁଦ କରିବା ଏବଂ ମାନବ ସମ୍ବଳ ବୃଦ୍ଧି କରିବା ଆବଶ୍ୟକ । କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି ଦେଶର କୋଭିଡ୍ ସ୍ଥିତିର ସମୀକ୍ଷା କରିବା ପରେ ରାଜ୍ୟମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ନିତି ଆୟୋଗର ସଦସ୍ୟ ଭି.କେ ପାଲ (ସ୍ୱାସ୍ଥ୍ୟ)ଙ୍କ ଉପସ୍ଥିତିରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜୀବ ଗୌବା ଅଧ୍ୟକ୍ଷତା କରିଥିଲେ ।

ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ), ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ), ମ୍ୟୁନିସିପାଲିଟି କମିଶନର, ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଦେଶର ୧୫ ଟି ରାଜ୍ୟରେ ୭୦ଟି ଜିଲ୍ଲା ଚିନ୍ତାର କାରଣ ହୋଇଛି କାରଣ ଏହି ୩୪ଟି ଜିଲ୍ଲାର ପଜିଟିଭ ହାର ୧୦%ରୁ ଅଧିକ ରହିଛି ଏବଂ ୩୬ଟି ଜିଲ୍ଲାରେ ପଜିଟିଭିଟି ୫% -୧୦% ମଧ୍ୟରେ ରହିଛି । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜନସମାଗମ ତଥା ବନ୍ଦ ସ୍ଥାନଗୁଡିକ ଠାରୁ ଦୂରରେ ରହିବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମଲ୍‌, ସ୍ଥାନୀୟ ବଜାର, ଏବଂ ପୂଜାପାଠ ସମ୍ବନ୍ଧୀୟ ଜାରି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ହେବ ।

କୋଭିଡ କଟକଣା ମାନି ଚଳିବା ଏବଂ କୋଭିଡ ସୁରକ୍ଷିତ ଉତ୍ସବର ପ୍ରୋତ୍ସାହନ ପାଇଁ ପ୍ରଭାବଶାଳୀ ଆଇଇସି ପାଳନ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । ପାଞ୍ଚସୂତ୍ରୀ କୋଭିଡ ମୁକାବଲା କୌଶଳ (ପରୀକ୍ଷା, ଚିକିତ୍ସା, ଟ୍ରାକ୍‌, ଟିକାକରଣ, ସିଏବି ଅନୁକରଣ) ତଥା ଶୀଘ୍ର ଚିହ୍ନଟ ପାଇଁ ସହାୟତା ଭାବରେ ଉନ୍ନତ ପରୀକ୍ଷଣ, ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢାଇବା (ଗ୍ରାମାଞ୍ଚଳ ଏବଂ ଶିଶୁ ଚିକିତ୍ସାକୁ ପ୍ରାଥମିକତା ଦେବା), ରୋଗୀଙ୍କ ସମ୍ପର୍କରେ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା, ନିରୀକ୍ଷଣ ଏବଂ ଅଧିକ ମାମଲା ରିପୋର୍ଟ କରୁଥିବା କ୍ଲଷ୍ଟରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ଶାସନ ସଚିବମାନଙ୍କୁ ଜିଲ୍ଲାସ୍ତରୀୟ ସମୀକ୍ଷା କରିବା ଏବଂ ଧାର୍ଯ୍ୟ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଚିକିତ୍ସା ଭିତ୍ତିଭୂମି ଏବଂ ଜରୁରୀ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି । ପିଏସ୍‌ଏ ପ୍ଲାଣ୍ଟ, ଅମ୍ଳଜାନ ସିଲିଣ୍ଡର, କନସେଣ୍ଟ୍ରେଟର ଏବଂ ଭେଣ୍ଟିଲେଟରର ତୁରନ୍ତ କାର୍ଯ୍ୟକାରୀ କରିବା ଓ ପିଲାମାନଙ୍କଠାରେ ସଂକ୍ରମଣର ବିସ୍ତାର ଉପରେ ନଜର ରଖିବା ପାଇଁ କୁହାଯାଇଛି । ଜିନୋମ ସିକ୍ୱେନ୍ସିଂ ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking