32.1 C
Bhubaneswar
Saturday, May 18, 2024
Homeଓଡିଶାପୁଅର ଚିକିତ୍ସା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ

ପୁଅର ଚିକିତ୍ସା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ

ପୁରୀ : ପୁଅଟିଏ ଜନ୍ମ ହେବା ପରେ ବାପା ମାଆ କେତେ ସୁନେଲି ସ୍ୱପ୍ନ ଦେଖିଥିଲେ । ପୁଅକୁ ପାଠ ପଢ଼ାଇ ଜଣେ ଭଲ ମଣିଷ କରିବା ସହ ଅନେକ କିଛି ଆଶା ରଖିଥିଲେ । ହେଲେ ଏହି ଆଶା କ୍ରମଶଃ ପିତାମାତାଙ୍କ ନିରାଶାରେ ପରିଣତ ହେବାକୁ ଯାଉଛି । ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ପୁଅ ନିସ୍ତେଜ ଅବସ୍ଥାରେ ଶଯ୍ୟା ଉପରେ ପଡ଼ିରହିଛି । ଏହାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ବାପା ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା କରାଇନପାରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ୬ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ ନିସ୍ତେଜ ହୋଇ ଖଟ ଉପରେ ପଡ଼ିରହିଛି ପୁରୀ ପିକେଆର୍‌ଟି କଲୋନୀର ୬ ବର୍ଷର ଶିଶୁ ଆଶିଷ ବିଶ୍ୱାଳ । ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଲତାହରଣ ପଞ୍ଚାୟତ ଗୋରଡ଼ିତୋଟା ଗ୍ରାମର ଗୋଲକ ବିଶ୍ୱାଳ ଓ ସରସ୍ୱତୀ ବିଶ୍ୱାଳଙ୍କ ଏକମାତ୍ର ପୁଅ ଆଶିଷ ।

କ୍ୟାପିଟାଲ ହସ୍‌ପିଟାଲରେ ଆଶିଷ ଜନ୍ମହେବା ସମୟରେ କାନ୍ଦୁ ନଥିବାରୁ ବାପା ମାଆ ପୁଅକୁ ଏକ ଘରୋଇ ହସ୍‌ପିଟାଲକୁ ନେଇଥିଲେ । ସେଠାରେ ଚିକିତ୍ସା ସମୟରେ ଭୁଲବଶତଃ ପାଇପ୍‌ର ଏକ କଣ୍ଟା ଶିଶୁର ଶିରରେ ପଡ଼ିଯାଇଥିଲା । ଯାହା ଫଳରେ ଜନ୍ମରୁ ଆଶିଷର ମୁଣ୍ଡ କାମ କରୁନଥିବାବେଳେ ଏହା କ୍ରମଶଃ ଏପରି ଅବସ୍ଥା ସୃଷ୍ଟି କରିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଏହି ରୋଗର ଚିକିତ୍ସା ପାଇଁ ମୁଣ୍ଡର ଅସ୍ତ୍ରୋପଚାର ଆବଶ୍ୟକ ଥିବାବେଳେ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ । ତେବେ ଗୋଲକ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବାରୁ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି । ତେଣୁ ପୁଅର ଚିକିତ୍ସା ପାଇଁ ରାଜ୍ୟ ସରାକର ଏବଂ କେହି ସହୃଦୟ ବ୍ୟକ୍ତି ଆର୍ôଥକ ସାହାଯ୍ୟ କରିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

ଆଶିଷଙ୍କ ପରିବାର ଲୋକେ କାକଟପୁର ବାସିନ୍ଦା ହୋଇଥିଲେ ମଧ୍ୟ ପୁରୀ ପିକେଆର୍‌ଟି କଲୋନୀରେ ରହୁଛନ୍ତି । ସେପଟେ ଏନେଇ ପୁରୀର କିଛି ବ୍ୟକ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ । ଏହାର ଉତ୍ତରରେ ୭୨ ଘଣ୍ଟା ଭିତରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟଦେବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ପୁରୀ ସିଡିଏମ୍‌ଓଙ୍କୁ ଟୁଇଟ୍ ଯୋଗେ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଏନେଇ କୌଣସି ଖବର ନଥିବା ସିଡିଏମ୍‌ଓ କହିଛନ୍ତି । ସେପଟେ ଆଶିଷଙ୍କ ପରିବାର କାକଟପୁର ବାସିନ୍ଦା ହୋଇଥିବାରୁ ତାଙ୍କର ଆର୍ôଥକ ସ୍ଥିତି କିଭଳି ରହିଛି, ସେନେଇ ସ୍ଥାନୀୟ ବିଡିଓ ତଦନ୍ତ କରି ରିପୋର୍ଟ ଦେବା ପରେ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଆଶିଷର ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଚାହୁଛନ୍ତି, ୬୩୭୦୬୮୬୭୩୫ ମୋବାଇଲ ନମ୍ୱରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking