33.1 C
Bhubaneswar
Monday, May 13, 2024
Homeଖେଳକୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆ କୋଚ୍‌

କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆ କୋଚ୍‌

ନୂଆଦିଲ୍ଲୀ: ୟୁଏଇରେ ଖେଳାଯିବାକୁ ଥିବା ଟି-୧୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯିବ । ଶାସ୍ତ୍ରୀଙ୍କ ସ୍ଥାନ କିଏ ନେବ ସେ ନେଇ କିଚିଦିନ ମଧ୍ୟରେ ବିସିସିଆଇର ପ୍ରସ୍ତୁତି ଆରମ୍ଭ ହୋଇଯିବ । ଇତିମଧ୍ୟରେ ଟିମ୍‌ର ନୂଆ କୋଚ୍ ଭାବେ ଦୁଇଟି ନାମର ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଏହି ଦୁଇ ନାମରେ ମଧ୍ୟରେ ଅନୀଲ କୁମ୍ବଲେ ଓ ଭିଭିଏସ୍ ଲକ୍ଷ୍ମଣ ସାମିଲ । ଟିମ୍ ଇଣ୍ଡିଆ କୋଚ୍ ଭାବେ ଅନୀଲ କୁମ୍ବଲେ ପୂର୍ବରୁ ସେବା ପ୍ରଦାନ କରିସାରିଛି । କୁମ୍ବଲେ ୨୦୧୬-୧୭ ମଧ୍ୟରେ ଏକ ବର୍ଷ ପାଇଁ ଟିମ୍ ଇଣ୍ଡିଆ କୋଚ୍ ଥିଲେ । ସେତେବେଳେ ସଚିନ୍ ତେନ୍ଦୁଲକର, ଲକ୍ଷ୍ମଣ ଓ ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଥିବା କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କ ଶାସ୍ତ୍ରୀଙ୍କ ସ୍ଥାନରେ ନିଯୁକ୍ତ କରିଥିଲା ।

ତେବେ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କ ସହ ମତଭେଦ କାରଣରୁ କୁମ୍ବଲେ ପାକିସ୍ତାନ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଟିମ୍ ପରାଜିତ ହେବା ପରେ ଇସ୍ତଫା ଦେଇ ଦେଇଥିଲେ  । ଏପରି ସ୍ଥିତିରେ ରୋଚକ ବିଷୟ ହେଉଛି କୁମ୍ବଲେ ପୁଣିଥରେ ଟିମ୍ ଇଣ୍ଡିଆ କୋଚ୍ ପଦ ସମ୍ଭାଳୁଛନ୍ତି କି ନାହିଁ । ଅନ୍ୟପକ୍ଷରେ ରବି ଶାସ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି ଯେ ଟି-୨୦ ବିଶ୍ୱକପ୍ ପରେ କୋଚ୍ ପଦରୁ ଇସ୍ତଫା ଦେବେ । ଯଦିଓ ବିସିସିଆଇ ତାଙ୍କ କଣ୍ଟ୍ରାକ୍ଟ ସାଉଥ୍ ଆଫ୍ରିକା ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚାହୁଁଛି । ଏହା ଛଡ଼ା କୁମ୍ବଲେ ଏବେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ରେ ପଞ୍ଜାବ କିଙ୍ଗ୍‌ସ ସହ ରହିଛନ୍ତି । ଏପରି କ୍ଷେତ୍ରରେ ସେ ଯଦି ଟିମ୍ ଇଣ୍ଡିଆ କୋଚ୍ ପଦ ସ୍ୱୀକାର କରନ୍ତି, ତେବେ ତାଙ୍କୁ ପଞ୍ଜାବ କିଙ୍ଗ୍‌ସଠାରୁ ଅଲଗା ହେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking