41.1 C
Bhubaneswar
Sunday, April 28, 2024
Homeଖେଳମହିଳା କ୍ରିକେଟ୍‌ : ୱାର୍ମଅପ୍ ମ୍ୟାଚ୍‌ରେ ହାରିଲା ଭାରତ

ମହିଳା କ୍ରିକେଟ୍‌ : ୱାର୍ମଅପ୍ ମ୍ୟାଚ୍‌ରେ ହାରିଲା ଭାରତ

ବ୍ରିସ୍‌ବେନ୍‌: ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଅଷ୍ଟ୍ରେଲିଆ ଗସ୍ତ ନୈରାଶ୍ୟଜନକ ଭାବେ ଆରମ୍ଭ ହୋଇଛି । ଶନିବାର ଦଳକୁ ୱାର୍ମଅପ୍ ମ୍ୟାଚ୍‌ରେ ପରାସ୍ତ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଓପ୍ନର୍ ରାଚେଲ୍ ହେନ୍ସ (୬୫), ମେଗ୍ ଲେନିଙ୍ଗ୍ (୫୯) ଓ ବେଥ୍ ମୁନୀ (୫୯)ଙ୍କ ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା । ଜବାବରେ ଭାରତ ୭ ୱିକେଟ୍ ହରାଇ ମାତ୍ର ୨୭୮ ରନ୍ କରିଥିଲା । ପୂଜା ବସ୍ତ୍ରାକାର (୫୭) ସର୍ବାଧିକ ସ୍କୋର୍ କରିଥିଲେ । ଅଷ୍ଟ୍ରେଲିଆର ଷ୍ଟାର୍ ଅଲ୍‌ରାଉଣ୍ଡର ଏଲିସ୍ ପେରୀ ୩୮ ରନ୍‌ରେ ୨ଟି ଏବଂ ଷ୍ଟିଲା କ୍ୟାମ୍ପବେଲ୍ ୩୮ ରନ୍‌ରେ ୩ଟି ୱିକେଟ୍ ନେଇଥିଲେ । ଭାରତ ପକ୍ଷରୁ ଓପ୍ନର୍ ସ୍ମୃତି ମନ୍ଧାନା ୧୪, ମିତାଲି ରାଜ ୧, ଶେଫାଳୀ ବର୍ମା ୨୭ ଓ ରୀଚା ଘୋଷ ୧୧ ରନ୍ କରିଥିଲେ ।

ଏହାଛଡ଼ା ୨୧ ବର୍ଷୀୟା ୟାସ୍ତିକା ଭାଟିଆ ୪୧ ରନ୍ କରିଥିଲେ । ଆହୁରି ଭେଟେରାନ୍ ଦୀପ୍ତି ଶର୍ମା ଅପରାଜିତ ୪୯ ରନ୍ କରିଥିଲେ । ଦୀପ୍ତି ଓ ବସ୍ତ୍ରାକାର ସେମାନଙ୍କ ଇନିଂସ ବଳରେ ଭାରତକୁ ବିଜୟ ଦେବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇପାରି ନ ଥିଲେ । ଭାରତ ପକ୍ଷରୁ ଭେଟେରାନ୍ ଝୁଲନ୍ ଗୋସ୍ୱାମୀ (୨/୩୬) ଓ ମେଘନା ସିଂହ (୦/୩୫) ପ୍ରଭାବଶାଳୀ ବୋଲିଂ କରିଥିଲେ ।

କିନ୍ତୁ ପ୍ରାରମ୍ଭିକ ଝଟ୍‌କା ସତ୍ତ୍ୱେ ଅଷ୍ଟ୍ରେଲିଆ ବଡ଼ ସ୍କୋର୍ କରିଥିଲା । ଦଳ ପକ୍ଷରୁ ହେନ୍ସ ଓ ଲାନିଙ୍ଗ୍ ଦଳୀୟ ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ । ପରେ ଆସ୍‌ଲେ ଗାର୍ଡନର୍ (୨୪) ମୁନୀଙ୍କ ସହ ୫ମ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ । ଆନାବେଲ୍ ସଦରଲାଣ୍ଡ (୨୦) ଓ ଜର୍ଜିଆ ୱେର୍‌ହାମ୍ (ଅପରାଜିତ ୧୮)ଙ୍କ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ କଷ୍ଟସାଧ୍ୟ ଟାର୍ଗେଟ୍ ଦେଇଥିଲା । ଉଭୟ ଟିମ୍ ଆସନ୍ତା ମଙ୍ଗଳବାର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking