40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପାକିସ୍ତାନ-ଚୀନ ପରମାଣୁ ବୁଝାମଣା, ଭାରତ ପାଇଁ ବିପଦ

ପାକିସ୍ତାନ-ଚୀନ ପରମାଣୁ ବୁଝାମଣା, ଭାରତ ପାଇଁ ବିପଦ

ଚଣ୍ଡିଗଡ: ପାକିସ୍ତାନ ଉର୍ଜା ଆୟୋଗ ଓ ଚୀନର ଜ୍ୟୋନ୍‌ଜ୍ଞାନ୍ ଇଞ୍ଜିନିୟରିଂ କର୍ପୋରେସନ୍ (ଜେଇସି) ମଧ୍ୟରେ ପରମାଣୁ ଊର୍ଜା ସହଯୋଗ ନେଇ ଚଳିତ ମାସ ବୁଝାମଣା ହୋଇଛି । ଏହି ବୁଝାମଣା ଯୋଗୁଁ ଦେଶ ଓ ଦେଶ ମଧ୍ୟରେ ପରମାଣୁ ହଥିଆର ନେଇ ପ୍ରତିଯୋଗିତା ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅପରପକ୍ଷରେ ଇସ୍ରାଇଲ୍‌ର ପ୍ରତିରକ୍ଷା ବିଶେଷଜ୍ଞ ଏହା ଭାରତ ପାଇଁ ବିପଦ ବୋଲି କହିଛନ୍ତି । ‘ଦ ଟାଇମ୍‌ସ ଅଫ୍ ଇସ୍ରାଇଲ୍‌’ରେ ପ୍ରକାଶିତ ଏକ ଆଲେଖରେ ପାକିସ୍ତାନ ଓ ଚୀନ ମଧ୍ୟରେ ଏହି ବୁଝାମଣା ଭାରତ ପାଇଁ ଚିନ୍ତାଜନକ ତଥା ଆଗାମୀ ସମୟରେ ଚାଲେଞ୍ଜ୍ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଚୀନ ଓ ପାକିସ୍ତାନ ମଧ୍ୟରେ ଚଳିତ ୮ ତାରିଖରେ ଏହି ବୁଝାମଣା ଅନୁଷ୍ଠିତ ହୋଇଛି । ଗତ ୨୦ ଅଗଷ୍ଟକୁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ରୂପରେଖ ପ୍ରସ୍ତୁତି କରାଯାଇଥିଲା । ଏହି ବୁଝାମଣା ୧୦ ବର୍ଷ ପାଇଁ ବଳବତ୍ତର ରହିବ । ବୁଝାମଣା ଅନୁସାରେ ପାକିସ୍ତାନରେ ପରମାଣୁ ପ୍ରାଦ୍ୟୋଗିକୀ ହସ୍ତାନ୍ତରଣ, ୟୁରାନିୟମ୍ ଖନନ, ପରମାଣୁ ଇନ୍ଧନ ଆପୂର୍ତ୍ତି ତଥା ଅନୁସନ୍ଧାନ ରିଆକ୍ଟରର ସ୍ଥାପନ କରାଯିବ । ଚୀନ ପାଇଁ ଏହି ବୁଝାମଣା ପାକିସ୍ତାନରେ ନୂଆ ହତିଆର ବଜାର ସୃଷ୍ଟି କରିବା ଓ ଭାରତକୁ ଧମକାଇବା ରଣନୀତି ବୋଲି କୁହାଯାଉଛି । ଯାହା ଭାରତ ପାଇଁ ଚିନ୍ତାଜନକ ଓ ବିପଦପୂର୍ଣ୍ଣ ହୋଇପାରେ । ସୂଚନାଯୋଗ୍ୟ ଯେ ପାକିସ୍ତାନରେ ଚୀନର ସହଯୋଗରେ ୪ଟି ନୂଆ ପରମାଣୁ ପ୍ଲାଣ୍ଟ୍ ସ୍ଥାପନ କରାଯାଇଛି । ଦୁଇଟି କରାଚୀରେ ଓ ଦୁଇଟି ମୁଜଫରଗଡ଼ରେ ସ୍ଥାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking